|
logo
Live

Argus News - ଆର ଆଇ, ଅମିନ ଏବଂ ଏଲ ଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ

Odisha

ଆର ଆଇ, ଅମିନ ଏବଂ ଏଲ ଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆର ଆଇ, ଅମିନ ଏବଂ ଏଲ ଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଅର୍ଗସ ବ୍ୟୁରୋ: ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ଆଉ ଏକ ଉଦାହରଣ ଆସିଛି ସାମନାକୁ । ଏଥର ଏପ୍ରିଲରେ ହୋଇଥିବା ଫରେଷ୍ଟ ଗାର୍ଡ, ଏଲଆଇ ଓ ଫରେଷ୍ଟର ପରୀକ୍ଷାରେ । ଓଏସଏସଏସଇ ପରିଚାଳନା କରୁଥିବା  ପିଇଓ ପରୀକ୍ଷାରେ ଯେଉଁ ଆଶାୟୀ ମାଇନସ 14 ରଖିଥିଲେ ସେଇ ପରୀକ୍ଷାର୍ଥୀ 100 ପରସେଣ୍ଟାଇଲ କେମିତି ରଖିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଦେଖନ୍ତୁ ଏହି ଦସ୍ତାବିଜକୁ । ଗଜପତି ପାରଳାଖେମୁଣ୍ଡିର ଏହି  ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଇଥିବା  ପରୀକ୍ଷାର୍ଥୀ ସେଲି ଧନଜଂୟ ପିଇଓ ପରୀକ୍ଷାରେ ରଖିଥିଲେ ମାଇନସ 14.5.. ହେଲେ ଏଲଆଇ ପରୀକ୍ଷାରେ ରଖିଲେ 100 ପରସେଣ୍ଟାଇଲ ।ଏମିତି ପରୀକ୍ଷାର୍ଥୀଙ୍କ ତାଲିକା ବେଶ ଲମ୍ବା । ନିଯୁକ୍ତି ପରୀକ୍ଷାରେ ଏ ଅନିୟମିତା ଅଭିଯୋଗ ସରକାରଙ୍କ ପାଖରେ ପହଁଞ୍ଚିବା ପରେ ନୂଆ ସରକାର ଅକ୍ଟୋବର 17ରେ ଏହା ତଦନ୍ତ କରି ନିଷ୍ପତ୍ତି ନେବାକୁ  ନିର୍ଦ୍ଦେଶ ଦେଇଛନ୍ତି ।

ଅତୀତରେ ନିଯୁକ୍ତି ପାଇଁ ହୋଇଥିବା ଅନେକ ପରୀକ୍ଷାରେ କେଳେଙ୍କାରୀରର  ଅଭିଯୋଗ ଆସିଥିଲା । ସେ କନିଷ୍ଠ ଶିକ୍ଷକ ନିଯୁକ୍ତି ହେଉ ଅବା ଏ .ଏସ ଓ...ଓଏସଏସଏସସିର  ସିଭିଲ ଜେଇ ପରୀକ୍ଷାରେ ତ ପ୍ରଶ୍ନ ପତ୍ର ଲିକର ସଂଙ୍ଗୀନ ଅଭିଯୋଗ ଆସିଥିଲା । ପୋଲିସ କିଛି ଦଲାଲଙ୍କୁ ଗିରଫ ବି କରିଥିଲା । ତେବେ ପରୀକ୍ଷା ପରିଚାଳନା କରୁଥିବା ସରକାରୀ ସଂସ୍ଥା ନିଜେ ନ କରି ଆଉଟସୋର୍ସ ସଂସ୍ଥା ମାଧ୍ୟମରେ ପରୀକ୍ଷା କରାଉଥିବାରୁ ଏହା ହେଉଛି ବୋଲି ନୂଆ ସରକାର ଉପଲବଧ କରିଛନ୍ତି । ଏମିତିକି କିଛି କଳା ତାଲିକାଭୁକ୍ତ ସଂସ୍ଥାକୁ ପୂର୍ବ ସରକାର ସମୟରେ ପରୀକ୍ଷା କରାଇବା ଦାୟତ୍ବ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି ବଦନାମ ସଂସ୍ଥାକୁ ପରୀକ୍ଷା ପରିଚାଳନାରୁ ବାଦ ଦିଆଯାଇ ସ୍ବଚ୍ଛତାର ସହ ପରୀକ୍ଷା କରାଯିବ ।ତେବେ ଆର ଇ ଅମିନ ପରୀକ୍ଷାକୁ ତୁରନ୍ତ ବାତିଲ ଦାବିରେ ଅଡି ବସିଛନ୍ତି ଆଶାୟୀ ।

5 ଲକ୍ଷ ଆର. ଆଇ ଅମିନ ପରୀକ୍ଷା ଦେଇଥିଲେ । ତେବେ କେଉଁଠି ସାଇବର କାଫେରେ  ତ କେଉଁଠି ମାର୍କେଟ କଂପ୍ଲେକ୍ସ ରେ  ପରୀକ୍ଷା ସେଣ୍ଟରକୁ ନେଇ ଉପୁଜିଲା ବିବାଦ.. ପୁଣି ପରୀକ୍ଷା ସମୟ ଗଡିଯିବା ପରେ  ବି ପରୀକ୍ଷା କରାଇବାକୁ ନେଇ ଆପତ୍ତି ଉଠାଇଥିଲେ ଆଶାୟୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ଆର ଆଇ, ଅମିନ ଏବଂ ଏଲ ଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ | Argus News