ଭଦ୍ରକରେ ଓ୍ବାକଫ ବୋର୍ଡ ୨ହଜାର ଏକର ଜମି ଅକ୍ତିଆର ଅଭିଯୋଗ

Key Points
ବିଜେଡି ବିବାଦର ହୋହଲ୍ଲା ଭିତରେ ଗ୍ରାଉଣ୍ଡରୁ ବାହାରୁଛି ୱାକଫ ଜମି ମାଫିଆଙ୍କ କେଳେଙ୍କାରୀ
ଭଦ୍ରକରେ ଓ୍ବାକଫ ବୋର୍ଡ 2 ହଜାର ଏକର ଜମି ଅକ୍ତିଆର କରିଥିବା ଅଭିଯୋଗ
କେନ୍ଦ୍ରାପଡାରେ 990 ଏକରରୁ ଅଧିକ ଜମି ହଡପର ଆସିଲା ସଙ୍ଗିନ ଅଭିଯୋଗ
ୱାକଫ ସଂଶୋଧନ ଗରିବ ମୁସଲମାନ୍ ଓ ଜମି ଛଡାଇ ନିଆଯାଇଥିବା ଲୋକଙ୍କୁ ଦେବ ନ୍ୟାୟ
ବିଜେଡିର ଧର୍ମନିରପେକ୍ଷ ପ୍ରେମ ମିଛ
ବିଜେଡି ବିବାଦର ହୋହଲ୍ଲା ଆଉ ଏହାରି ଭିତରେ ଗ୍ରାଉଣ୍ଡରୁ ବାହାରୁଛି ଗୋଟିଏ ପରେ ଗୋଟିଏ ୱାକଫ୍ ଜମି ମାଫିଆଙ୍କ କେଳେଙ୍କାରୀ । ବାଲେଶ୍ବର ପରେ ଏବେ କେନ୍ଦ୍ରାପଡା ଓ ଭଦ୍ରକରେ ଓ୍ବାକଫ ବୋର୍ଡର ମାଫିଆଗିରି । ଭଦ୍ରକ ଜିଲ୍ଲାରେ ୱାକଫ ବୋର୍ଡ ପାଖାପାଖି ୨ହଜାର ଏକରରୁ ଉର୍ଦ୍ଧ ଜମି ଅକ୍ତିଆର କରିଥିବା ଅଭିଯୋଗ । ସରକାରୀ ସ୍କୁଲ ଓ ସରକାରୀ ଜମିକୁ ଜବର ଦାଖଲ କରି ମଜାର ନିର୍ମାଣ କରିଛି ୱାକଫ ବୋର୍ଡ ।
4ଟି ସରକାରୀ ସ୍କୁଲକୁ ଅକ୍ତିଆର କରିଛି ୱାକଫ ବୋର୍ଡ । ପ୍ରଥମ ଶଙ୍କରପୁରରେ ଥିବା ଉର୍ଦ୍ଦୁ UGME ସ୍କୁଲ ଦ୍ଵିତୀୟ ଭୂୟାଁମହଲା ଠାରେ ଥିବା ଦୁଇଟି ସ୍କୁଲ-ଦୁର୍ଗାପୁର ଦୌଲତ L.P ସ୍କୁଲ ଓ ଦୁର୍ଗାପୁର ସ୍କୁଲ ଅନ୍ୟଟି ସାବରପୁର ଉର୍ଦ୍ଦୁ UGME ସ୍କୁଲ ।
ସେହିପରି ଭଦ୍ରକ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରେ ମଠସାହି ମୌଜାରେ ଜାତୀୟ ରାଜପଥକୁ ଲାଗି ଦୀର୍ଘ ବର୍ଷ ହେବ ସରକାରୀ ଜମି କୁ କବ୍ଜା କରି ଏଠାରେ ମଜାର ନିର୍ମାଣ କରାଯାଇଛି। ଏହି ମଜାରକୁ ୱାକ ଅଫ ବୋର୍ଡ ତାର ନିଜର ବୋଲି କହି ଅକ୍ତିଆର କରିଛି । ବହୁ ଦରଡ଼ା ଠାରେ 49 ଡ଼ିସିମିଲ ରୁ ଉର୍ଦ୍ଧ ଜମିକୁ ବି ୱାକ ଅଫ ବୋର୍ଡ ଅକ୍ତିଆର କରିଛି । ଏହି ୱାକଫ ବୋର୍ଡ ବିରୁଦ୍ଧରେ ଜମି ଅକ୍ତିଆରକୁ ନେଇ ଅନେକ ଲୋକ ୱାକ ଅଫ ବୋର୍ଡ ନାଁରେ କୋର୍ଟରେ କେସ କରିଛନ୍ତି ।
ସେହିପରି କେନ୍ଦ୍ରାପଡ଼ାରେ ୱାକଫବୋର୍ଡର ଜମି ହଡ଼ପ କେଳଙ୍କାରୀ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ! କେନ୍ଦ୍ରାପଡା ମ୍ୟୁନିସିପାଲିଟିର 11,12,13 ଓ 21 ନମ୍ବର ଓ୍ବାର୍ଡରେ ପିର ଉତର ର 990 ଏକର ଜମି ମାଡି ବସିଛି ଓ୍ବାକଫ ବୋର୍ଡ । କେନ୍ଦ୍ରାପଡ଼ା ସହରର ନୂଆବସ ଷ୍ଟାଣ୍ଡରୁ ଆରମ୍ଭ କରି ଗୋବରୀ ନଦୀ କୂଳେ ଗଢି ଉଠିଥିବା ହୋଟେଲ, ସପିଙ୍ଗମଲ, ମଟର ଗ୍ୟାରେଜ ଜବର ଦଖଲ ହୋଇଛି । ହାଇସ୍କୁଲ ପଡିଆକୁ ଲାଗିଥିବା ସରକାରୀ ଜମି ରଣପଡା ଠାରୁ କାଳୀ ମନ୍ଦିର ପର୍ଯ୍ୟନ୍ତ ଜବର ଦଖଲ ହୋଇଛି ।
କେନ୍ଦ୍ରାପଡ଼ା ସହରର କାକଟ କେନାଲ କୂଳରେ ବେଆଇନ ଗୃହ ସମେତ ଦୋକାନ ଘର ନିର୍ମାଣ କରାଯାଇଛି । ମୁସଲିମ ବସ୍ତିର ଗରିବ ଅସହାୟ ପରିବାର ଲୋକେ ଭୂମିହୀନ ଥିବା ବେଳେ ଅନେକ ପ୍ରଭାବଶାଳୀ ଲୋକେ ସରକାରୀ ଜମି ମାଡିବସିଥିବା ଅଭିଯୋଗ ହୋଇଛି । ବିଜେଡିର ଧର୍ମନିରପେକ୍ଷ ପ୍ରେମ ମିଛ । ଉପକୂଳର ଭୋଟ୍ ପଳାଇବ, ବିଜେଡିକୁ ମୁସଲମାନ ଡର । ୱାକଫ୍ ସଂଶୋଧନ ଗରିବ ମୁସଲମାନ୍ ଓ ଜମି ଛଡାଇ ନିଆଯାଇଥିବା ଲୋକଙ୍କୁ ଦେବ ନ୍ୟାୟ।