Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକାଶମୂଳକ କାର୍ଯ୍ୟ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିକାଶମୂଳକ କାର୍ଯ୍ୟ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ଅଭିଯୋଗ

Key Points

ଖଣି ଖାଦାନଭରା କେନ୍ଦୁଝର ଜିଲ୍ଲାରେ DMF ଫଣ୍ଡରେ ମହାଦୁର୍ନୀତି
ବିକାଶମୂଳକ କାର୍ଯ୍ୟ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ଅଭିଯୋଗ
କେଉଁଠି ନିମ୍ନମାନର ତ କେଉଁଠି ଅବଧି ସରିଲାଣି ଆରମ୍ଭ ହୋଇନି କାମ
ବଡ଼ ପ୍ରଶ୍ନ- କାହିଁକି DMF ପାଣ୍ଠି ଦେଇଥିଲେ ମୋଦି ସରକାର ?
ପୂର୍ବ ବିଜେଡି ସରକାରରେ ସଠିକ୍ ବାଟରେ ଖର୍ଚ୍ଚ ହୋଇପାରିନି ଟଙ୍କା
ଠିକାଦାର, ଅଫିସର୍ ମିଳିମିଶି କରିଛନ୍ତି ସରକାରୀ ଅର୍ଥ ଆତ୍ମସାତ୍ !

ଜଙ୍ଗଲ ପାଲଟିଛି ୩୦ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟରେ ନିର୍ମିତ `ଆଦର୍ଶ ଗ୍ରାମୀଣ ପାର୍କ' । ଗେଟରେ ତାଲା ଝୁଲୁଥିବା ବେଳେ ପାର୍କଟି ଭାଙ୍ଗିରୁଜି ଗଲାଣି । ଗଛଲତା ମାଡି ଚତୁଃପାର୍ଶ୍ଵ ଶ୍ରୀହୀନ ହୋଇପଡି ରହିଛି । ହରିଚନ୍ଦନପୁର ବରେଇଗୋଡା ପଞ୍ଚାୟତ ତାଳପଦା ଗାଁରେ ଥିବା ଏହି ପାର୍କ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣ କରାଯାଇଥିଲା । ମାତ୍ର କାମ ସମ୍ପୂର୍ଣ୍ଣ ନକରି ଛୁ ମାରିଛି ଠିକାଦାର। ପାର୍କ ନିର୍ମାଣ ନାଁରେ ଡିଏମଏଫ୍ ଫଣ୍ଡରୁ ଆସିଥିବା ଟଙ୍କା ହରିଲୁଟ୍ ହୋଇଥିଲାବେଳେ ଅସମ୍ପୂର୍ଣ୍ଣ ପାର୍କ ଲୋକଙ୍କ କୌଣସି କାମରେ ଆସୁନାହିଁ ।

ସେହିପରି କଣ୍ଟାଝରି ଗାଁରେ ନାଳ ଉପରେ ପୋଲ ନିର୍ମାଣ ସହ ୧ କିମି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୪୬୮.୭୧ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଖାଲି ନାଁକୁ ସୂଚନା ଫଳକ ଲଗାଯାଇଛି । ଗତ ଫେବୃଆରୀ ମାସରେ ଅବଧି ସରିଥିଲାବେଳେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ଆରମ୍ଭ ହୋଇନାହିଁ । କଣ୍ଟାଝରି ଗାଁର ଏହି ନାଳରେ ବର୍ଷାଦିନେ ପ୍ରବଳ ପାଣିର ସୁଅ ଚାଲିଥାଏ । ଫଳରେ ଯାତାୟତରେ ସମସ୍ୟା ଭୋଗିଥାନ୍ତି ଗ୍ରାମବାସୀ ।

ଅର୍ଦ୍ଧ ନିର୍ମିତ ଗ୍ରାମୀଣ ପାର୍କ ଏବଂ ପୋଲ ନିର୍ମାଣ ନେଇ ଗ୍ରାମବାସୀ ଅନେକବାର ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ଫଳ ଶୂନ । ଏଠି ପ୍ରଶ୍ନ, ଖଣି ପ୍ରଭାବିତ ଅଞ୍ଚଳରେ ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିଲେ ଡିଏମଏଫ୍ ପାଣ୍ଠି । ମାତ୍ର ଗତ ସରକାରରେ ଟଙ୍କା ସଠିକ୍ ଭାବେ ବିନିଯୋଗ ହୋଇନି ଯଦି ଗଲା କୁଆଡେ ? । ଗରିବଙ୍କ ପାଇଁ ଥିବା ଟଙ୍କା ଖାଇଲା କିଏ ? ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
allegations-of-looting-of-lakhs-of-rupees-in-the-name-of-development-work | Argus News