ଆଶାକର୍ମୀଙ୍କୁ ଅସଦାଚରଣ ,ଉଲଗ୍ନ କରି ମାଡ ମାରିଥିବା ଅଭିଯୋଗ

Key Points
ଆଶାକର୍ମୀଙ୍କ ଅସଦାଚରଣକୁ ପ୍ରତିବାଦ କରିବାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ବି ହୋଇଛି। ଏପରି ଘଟଣା ନୟାଗଡ଼ ଫତେଗଡ଼ ଥାନା ପାର୍ବତୀପୁର ଗ୍ରାମରେ ଘଟିଛି। ଝାଡାବାନ୍ତି ଆକ୍ରାନ୍ତଙ୍କୁ ଜଣେ ଆଶାକର୍ମୀ ଔଷଧ ଦେଇ ଫେରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ମଦ୍ୟପାନ କରି ଗାଁ ଦାଣ୍ଡରେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।
ମହିଳା ଆଶାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ। ଆଶାକର୍ମୀଙ୍କ ଅସଦାଚରଣକୁ ପ୍ରତିବାଦ କରିବାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ବି ହୋଇଛି। ଏପରି ଘଟଣା ନୟାଗଡ଼ ଫତେଗଡ଼ ଥାନା ପାର୍ବତୀପୁର ଗ୍ରାମରେ ଘଟିଛି। ଝାଡାବାନ୍ତି ଆକ୍ରାନ୍ତଙ୍କୁ ଜଣେ ଆଶାକର୍ମୀ ଔଷଧ ଦେଇ ଫେରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ମଦ୍ୟପାନ କରି ଗାଁ ଦାଣ୍ଡରେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଆଶାକର୍ମୀ ଏହାକୁ ବାରଣ କରିବାରୁ ସେହି ଯୁବକମାନେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ।
ଏହି ସମୟରେ ଜଣେ ଯୁବକ ଆଶାକର୍ମୀଙ୍କୁ ରକ୍ଷା କରିବାକୁ ଯାଇ ଖଣ୍ଡା ଆକ୍ରମଣରେ ଗୁରୁତର ହୋଇଛନ୍ତି। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସୁବାଷ ବେହେରା ଲୋକନାଥ ବେହେରା ଓ ଦୁଇଜଣ ଅଜଣା ଯୁବକ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେପଟେ ସେହି ଗ୍ରାମର ମାୟାଧର ପ୍ରଧାନ ନାମକ ଯୁବକ ଆଶା କର୍ମୀଙ୍କୁ ରକ୍ଷା କରିଥିଲେ। ଏନେଇ ଖଣ୍ଡାରେ ମାୟାଧରଙ୍କୁ ଆକ୍ରମଣ ହୋଇଥିଲା।