Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାଁକୁ ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ

Rashmita Mishra
Browse all articles by Rashmita Mishra
·1 year ago·1 min read
ନାଁକୁ ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ

Key Points

  • ପୁଣି ସାମ୍ନାକୁ ଆସିଲା ଗତ ବିଜେଡି ସରକାରର ଆଉ ଏକ ମିଛ 
  • ଡମ୍ବଢିଅବାସୀଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ପ୍ରତାରଣା
  • ଦୀର୍ଘ ବର୍ଷ ପରେ ବି ଗାଁରେ ନିର୍ମାଣ ହୋଇପାରିଲାନି କମ୍ୟୁନିଟି ଗୃହ 
  • ନିଜେ ଟଙ୍କା ଖର୍ଚ୍ଚ କରି ପାହାଡ କାଟି ଗୋଡି, ମେଟାଲ୍ ଆଣିଥିଲେ ଗ୍ରାମବାସୀ
  • ନାଁକୁ ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ଦୁର୍ନୀତିର ଗନ୍ତାଘର ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଳକ । ଡମ୍ବଢିଅ ଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ଉପର ସାହିକୁ ଏକ କମ୍ୟୁନିଟି ଗୃହ ଗତ ବିଜେଡି ସରକାରବେଳେ ପ୍ରସ୍ତାବ ହୋଇଥିଲା । ବିଭାଗୀୟ ଅଧିକାରୀ ମାନେ ଆସି ଜାଗା ଚିହ୍ନଟ କରିଥିଲେ । ଆଉ କାମ ବି ଆରମ୍ଭ ହେଲା ପାହାଡ କାଟି ରାସ୍ତା ନିର୍ମାଣ ହେଲା । ଗାଁ ଲୋକ ନିଜ ପକେଟରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପଥର ଫଟାଇ ପାହାଡ କାଟି ଗୋଡ଼ି, ମେଟାଲ ଆଣି ଗଦା କଲେ । ହେଲେ କମ୍ୟୁନିଟି ଗୃହ ନିର୍ମାଣ ହୋଇପାରିଲାନି । ଏପରିକି ଗ୍ରାମବାସୀ ନିଜେ ଖର୍ଚ୍ଚ କରିଥିବା ଟଙ୍କା ବି ପାଇନଥିବା ଅଭିଯୋଗ ହୋଇଛି ।

ଘଟଣା ନେଇ ସରପଞ୍ଚ, ସମିତି, ଜିଲ୍ଲା ପରିଷଦ ଓ ବିଭାଗୀୟ ଜେଇଙ୍କୁ ପଚାରିଲେ ବି କାହା ପାଖେ ଉତ୍ତର ନାହିଁ। ସେପଟେ ଗ୍ରାମବାସୀ ନିଜେ ଟଙ୍କା ଖର୍ଚ୍ଚ କରି ଫଳକ ଲଗାଇଛନ୍ତି । ଆଉ ଏପରି କରିବାକୁ ନିଜେ ଯନ୍ତ୍ରୀ ସେମାନଙ୍କୁ କହିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି ।

ତତ୍କାଳୀନ ବିଜେଡି ସରକାରବେଳେ ଦୁର୍ନୀତିରେ ଲିପ୍ତ ରହି ସରକାରୀ ବାବୁ କରୁଥିଲେ ସରକାରୀ ଅର୍ଥ ଆତ୍ମସାତ୍ । ବିଜେପି ସରକାରରେ ଖୋଲୁଛି କେଳେଙ୍କାରୀର ଗୁମର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegations of money laundering by putting up signs in his name | Argus News