Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶରଧାବାଲିରେ ଦଳାଚକଟାରେ 3 ଜଣଙ୍କ ମୃତ୍ୟୁକୁ ପରେ ଆରୋପ-ପ୍ରତ୍ୟାରୋପ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶରଧାବାଲିରେ ଦଳାଚକଟାରେ 3 ଜଣଙ୍କ ମୃତ୍ୟୁକୁ ପରେ ଆରୋପ-ପ୍ରତ୍ୟାରୋପ

Key Points

କେବେ ବନ୍ଦ ହେବ ଦଳାଚକଟା ?
ଶରଧାବାଲିରେ ଦଳାଚକଟାରେ 3 ଜଣଙ୍କ ମୃତ୍ୟୁକୁ ପରେ ଆରୋପ-ପ୍ରତ୍ୟାରୋପ
24 ବର୍ଷରେ ଅନେକ ଦଳାଚକଟାରେ ଯାଇଛି 14 ଭକ୍ତଙ୍କ ଜୀବନ
ଭକ୍ତଙ୍କ ଦଳାଚକଟା ମୃତ୍ୟୁକୁ ନିଆଯାଉଛି କି ଖାମଖିଆଲି ?
24 ବର୍ଷରେ 14 ମରିଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍
ତିଆରି ହୋଇପାରିଲାନି ଶୃଙ୍ଖଳିତ ଦର୍ଶନ ନୀତି
3 ମୃତ୍ୟୁ ପରେ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ, କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ଘଟଣାପରର ତତ୍କାଳ କାର୍ଯ୍ୟାନୁଷ୍ଠାନରେ ସୀମିତ ରହିଯିବେ କି ସରକାର ?
ନା କରିବେ ଶୃଙ୍ଖଳିତ ଦର୍ଶନର ଦୀର୍ଘସ୍ଥାୟୀ ବ୍ୟବସ୍ଥା ?

ଶରଧାବାଲି ଦଳାଚକଟାରେ 3ଜଣ ଭକ୍ତଙ୍କ ମୃତ୍ୟୁ ପରେ ବାଦ ବିବାଦ ଲାଗି ରହିଛି । ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚଳିତ ବର୍ଷ ରଥଯାତ୍ରାରେ ମହାବିଭ୍ରାଟ ହୋଇଛି। ଶରଧାବାଲିରେ ଅବ୍ୟବସ୍ଥା କାରଣରୁ 3ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଶ୍ରଦ୍ଧାଳୁଙ୍କ କହିବାନୁସାରେ ଶରଧାବାଲିରେ କେହି ପୋଲିସ ନଥିଲେ । କେତେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି ସରକାର ସେନେଇ ସ୍ପଷ୍ଟ କରନ୍ତୁ। ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଲୋକ ଦେଖାଣିଆ ଭାବେ ଜିଲ୍ଲାପାଳ କି ଏସପି ଙ୍କୁ ବଦଳି କରିବା ସମାଧାନ ନୁହେଁ । ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଆଇନ ମନ୍ତ୍ରୀ କହିଛନ୍ତି,ପହଡକୁ ନେଇ ଦ୍ୱନ୍ଦ ନାହିଁ. ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି. ରିପୋର୍ଟ ଆସିଲେ କାର୍ଯ୍ୟନୁଷ୍ଠାନ ହେବ ।

ଏହା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟ ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଛନ୍ତି । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଜେଡି ଅଯଥା ରାଜନୀତି କରୁଛି। ବିରୋଧୀଙ୍କୁ କଡା କାଉଣ୍ଟର କରି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, 24 ବର୍ଷ ରେ ବିଜେଡି ସରକାର ରେ କେତେ ଥର ଦଳା ଚକଟା ହୋଇଛି ସେ ତଥ୍ୟ ବାହାର କରନ୍ତୁ ।

ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି। ତା ଭିତରେ ପୁରୀ ଯାଇ ତଦନ୍ତ କରିବୁ। 24 ବର୍ଷରେ ଅନେକ ଦଳାଚକଟାରେ ଯାଇଛି 14 ଭକ୍ତଙ୍କ ଜୀବନ । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ । ସେତେବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉନଥିଲା । ଥରେ ମାତ୍ର ଦିଆଯାଇଥିଲା ଲକ୍ଷେ ଟଙ୍କାର କ୍ଷତିପୂରଣ । ଏବେ ଦିଆଯାଇଛି 25ଲକ୍ଷ ଟଙ୍କାର କ୍ଷତିପୂରଣ । 3 ମୃତ୍ୟୁ ପରେ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ, କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଘଟଣାପରର ତତ୍କାଳ କାର୍ଯ୍ୟାନୁଷ୍ଠାନରେ ସୀମିତ ରହିଯିବେ କି ସରକାର ? ନା କରିବେ ଶୃଙ୍ଖଳିତ ଦର୍ଶନର ଦୀର୍ଘସ୍ଥାୟୀ ବ୍ୟବସ୍ଥା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
allegations-of-murder-after-3-people-died-in-a-stampede-in-saradhabali | Argus News