Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନର୍ସିଂହୋମରେ ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
ନର୍ସିଂହୋମରେ ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

Key Points

ଚିକିତ୍ସାରେ ଅବହେଳାରୁ ମହିଳାଙ୍କ ମୃତ୍ୟୁ !
ନର୍ସିଂହୋମରେ ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ଜଗତସିଂହପୁର ସାଇ ଶ୍ରଦ୍ଧା ନର୍ସିଂହୋମ ନାଁରେ ସଂଘାତିକ ଅଭିଯୋଗ

ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ । ନର୍ସିଂହୋମରେ ସଂଘାତିକ ଅଭିଯୋଗ । ମେଡିକାଲ ଭିତରେ ପଶି ଭଙ୍ଗା ରୁଜା କଲେ ସମ୍ପର୍କୀୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସାଇ ଶ୍ରଦ୍ଧା ନର୍ସିଂହୋମରେ । ପାଟେଣିଗାଁ ତରଡା ଅଞ୍ଚଳର ସସ୍ମିତା ସ୍ବାଇଁ ପ୍ରସୂତି ପାଇଁ ଉକ୍ତ ଘରୋଇ ନର୍ସିଂହୋମକୁ ଆସିଥିଲେ । ସେଠାରେ ଚିକିତ୍ସାବେଳେ ମହିଳାଙ୍କ ମୃତ ହୋଇଥିଲା ।


ଘଟଣା ପରେ ନର୍ସିଂହୋମ ସମ୍ମୁଖରେ ପ୍ରସୂତିଙ୍କ ମୃତଦେହ ରଖି ଜଗତସିଂହପୁର ପାରାଦୀପ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି ଗ୍ରାମବାସୀ। ମହିଳା ଗୁରୁତର ହେବାରୁ ପ୍ରସୂତୀଙ୍କୁ କଟକ ରେଫର କରିଥିଲେ। ମାତ୍ର ରେଫରାଲ କାଗଜ ଠିକ ନଥିବା ହେତୁ କଟକରେ କୌଣସି ହସ୍ପିଟାଲ ରୋଗୀଙ୍କୁ ଆଡ଼ମିଶନ କରିନଥିଲେ। ଫଳରେ ଅଧିକ ରକ୍ତଶ୍ରାବ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegations of negligence in treatment at nursing home leading to death of pregnant woman | Argus News