Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆପାର୍ଟମେଣ୍ଟର ଲବିରୁ ପାଞ୍ଚ ଲକ୍ଷ ଟଙ୍କା ଛଡାଇ ନେଇଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆପାର୍ଟମେଣ୍ଟର ଲବିରୁ ପାଞ୍ଚ ଲକ୍ଷ ଟଙ୍କା ଛଡାଇ ନେଇଥିବା ଅଭିଯୋଗ

କଟକ:  କଟକରେ ଵନ୍ଧୁକ ମୁନରେ ଵଡ ଧରଣର ଲୁଟ୍ ହୋଇଥିବା ଜଣାପଡିଛି । କଟକ ଵାଦାମଵାଡି ଥାନା ପଛପଟେ ଥିବା ବିକାଶ ନଗର ଲେନରେ ଜଣେ ବ୍ୟବସାୟୀଙ୍କୁ ଫଲୋ କରି ଆପାର୍ଟମେଣ୍ଟର ଲଵିରୁ ପାଞ୍ଚ ଲକ୍ଷ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ ର ଶୀକାର ହୋଇଥିଵା ଵ୍ୟକ୍ତି ହେଉଛନ୍ତି ମାଲଗୋଦାମ ଵ୍ୟଵସାୟୀ ନିରଞ୍ଜନ ଗୋଏଙ୍କା। ଲୁଟେରାଙ୍କ ଆକ୍ରମଣରେ ଗୋଏଙ୍କା ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସିସି ଟିଭି ଫୁଟେଜ ଆଧାରରେ ପୋଲିସ ଅନୁସନ୍ଧାନ ଜାରି ରଖିଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।


ଲୁଟେରାଙ୍କ ଆତଙ୍କରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକିଲେଣି ଲୋକେ। ଯୁଆଡେ ଦେଖିବେ ଯେତେବେଳେ ଦେଖିବେ ସବୁଆଡ଼େ ଲୁଟ୍ ଓ ଛିନତାଇ ଖବର । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଯାହାଦ୍ୱାରା ଲୁଟେରାମାନେ ଭୟଭୀତ ହେବେ, ଏବଂ ଏଭଳି କାର୍ଯ୍ୟରୁ ନିଜକୁ ଦୂରେଇ ରଖିବେ। ଏଭଳି ଲୁଟ୍ ଘଟଣା ଘଟୁଥିବା ଦେଖି ଭାରି ଆତଙ୍କିତ ଅବସ୍ଥାରେ ଅଛନ୍ତି କଟକ ବାସିନ୍ଦା । ସକାଳ, ଦିପହର କି ସନ୍ଧ୍ୟା, ଲୁଟର ସମୟ ନାହିଁ । ଜନ ଗହଳି ଥାଉ କି ନଥାଉ ସେଥିପ୍ରତି ଲୁଟେରାଙ୍କ ଭ୍ରୁକ୍ଷେପ ନାହିଁ । ହାତରେ ସୁନା କି ଟଙ୍କା ପଡ଼ିଲେ ଲୁଟ କରି ଖସି ପଳାଉଛନ୍ତି ଲୁଟେରା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ କରିବା ଲୁଟେରାଙ୍କ ପାଇଁ ବାଁ ହାତର ଖେଳ ହୋଇଗଲାଣି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
allegations-of-stealing-rs-5-lakh-from-the-lobby-of-the-apartment | Argus News