ରାସ୍ତା ସମସ୍ୟା ସହ ପାନୀୟ ଜଳ ସମସ୍ୟା କରୁଛି ହନ୍ତସନ୍ତ

Key Points
ଗାଁ ଛୋଟ ହେଲେ ସମସ୍ୟା ବଡ଼
ରାସ୍ତା ସମସ୍ୟା ସହ ପାନୀୟ ଜଳ ସମସ୍ୟା କରୁଛି ହନ୍ତସନ୍ତ
ଭତ୍ତା ସମସ୍ୟା ମଧ୍ୟରେ ଆଜିବି ଅନେକ ଜୀବନର ଅପରାହ୍ନରେ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଡିହସାହି ହେଉଛି ଏମିତି ଏକ ଗାଁ ଯେଉଁଠି ଏବେବି ଅପହଞ୍ଚ ସରକାରୀ ଯୋଜନା l ଗାଁକୁ ଗମନା ଗମନ ପାଇଁ ପକ୍କା ସଡ଼କ ତ ଦୂରର କଥା କାଦୁଅ ପଚ ପଚ ରାସ୍ତାରେ ବିପଦଶଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଗାଁ ଲୋକେ l ସେପଟେ ପିଇବା ପାଣି ପାଇଁ ଗାଁରେ ନଳକୂପ ନଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନା ପାଇବାରୁ ବଂଚିତ ହୋଇରହିଛନ୍ତି ଗାଁରେ ରହୁଥିବା 50 ଖଣ୍ଡ ପରିବାର l ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁକିଛି ଅପହଞ୍ଚ ଥିବା ଏହୀ ଗାଁରେ ଅଧିକାଂଶ ଲୋକ ଆବାସ ଘର ନପାଇ ଜରିପାଲ ତଳେ ଜୀବନ ବିତାଉଛନ୍ତି l
ପ୍ରାୟ 50 ଟି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ପରିବାର ରହୁଥିବା ନୟାଗଡ଼ ଜିଲ୍ଲାର ଏହି ଦୁର୍ଗମ ଗାଁରେ ଭୋଟବେଳେ ଗ୍ରାମର ବିକାଶ କଥା କହି ନେତାମାନେ ଭୋଟ ନେଉଥିବା ବେଳେ ନିର୍ବାଚନ ପରେ ନେତାଙ୍କ ଛାଇ ମାଡ଼େ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି l ବର୍ଷ ବର୍ଷ ଧରି ସରକାରୀ ଅବହେଳାର ଶିକାର ହେଉଥିବା ଏହି ଗାଁ ର ଲୋକେ ବାରମ୍ବାର ନିଜର ଦାବିନେଇ ପ୍ରଶାସନ, ଜିଲ୍ଲାପାଳ ଓ ସ୍ଥାନୀୟ ନେତାଙ୍କ ନିକଟରେ ଅଭିଯୋଗ କରିବାପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ଯାହାକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l
ସରକାରଙ୍କ ଯୋଜନା ଅନେକ କିନ୍ତୁ ଗ୍ରାଉଣ୍ଡରେ ଲୋକ ଏହାର ଲାଭ ପାଉ ନାହନ୍ତି। ଫଳରେ ଆଜିବି ଅସୁବିଧାରେ ଜୀବନ ଯାପନ କରୁଛନ୍ତି ଉପାନ୍ତବାସୀ। କେବେ ହେଉଛି ଏହି ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ସମାଧାନ ତାହା ଦେଖିବାକୁ ବାକି ରହିଲା l