Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍

Odisha

Fire Incident / ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍

Rashmita Mishra
Browse all articles by Rashmita Mishra
·3 months ago·1 min read
ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍
Horoscope

Key Points

ସକାଳୁ ସକାଳୁ ଆମ ବସରେ ଅଗ୍ନିକାଣ୍ଡ । 
କଳିଙ୍ଗ ଷ୍ଟୁଡିଓ ଛକରେ ଜଳି ଗଲା ଆମ ବସ । 
 ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ ।

ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ସକାଳୁ ସକାଳୁ ଆମ ବସରେ ଲାଗିଲା ନିଆଁ । ଭୁବନେଶ୍ଵର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏପରି ଅଘଟଣ । ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି । ପ୍ରଥମିକ ସୂଚନାନୁଯାୟୀ ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ସହ ଏହାର ଅଧିକ ତଦନ୍ତ କରୁଛି । ବସ୍‌‌ଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି ।

ଏଥିସହ ପଢ଼ନ୍ତୁ: ଜାନୁଆରୀ ୧୩ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି, ପ୍ରବଳ ଥଣ୍ଡା ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି

ବାରିପଦା ସହରରେ ବିଳମ୍ୱିତ ରାତି ପ୍ରାୟ ୨ ଟାରେ ଘଟିଲା ଅଘଟଣ, ଜଳିଗଲା ବ୍ୟାଟେରୀ ଗାଡି ସୋ ରୁମ୍ । ପ୍ରାୟ ୩୨ ରୁ ଉର୍ଦ୍ଧ ବ୍ୟାଟେରୀ ଗାଡ଼ି ଜଳି ହୋଇଗଲା ପାଉଁଶ। ଘଟଣାଟି ଘଟିଛି ବାରିପଦା ସହରର ଦାରଗାଡ଼ାହି ସ୍ଥିତ କାଇନେଟିକ ଗ୍ରୀନ ନାମକ ଏକ ବ୍ୟାଟେରୀ ସୋ ରୁମରେ । ତେବେ ଘଟଣା ସ୍ଥଳରେ ଦୁଇଟି ଫାୟାର ଗାଡ଼ି ପହଞ୍ଚି ଦୀର୍ଘ ୨ ଘଣ୍ଟା ର ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଛି । ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ କୌଣସି ଜୀବନ ହାନି ହୋଇନାହିଁ । ସର୍ଟ ସର୍କିଟରୁ ଏହି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire Incident | Public Bus Catches Fire Midway on Road, Panic Among Passengers | Argus News