Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜନପଥରେ ବାଇକ୍‌କୁ ଧକ୍କା ଦେଲା 'ଆମ ବସ୍‌', ରାଗରେ ୩ଟା ବସ୍‌ ଭାଙ୍ଗି ଦେଲେ

Odisha

Ama Bus Accident / ଜନପଥରେ ବାଇକ୍‌କୁ ଧକ୍କା ଦେଲା 'ଆମ ବସ୍‌', ରାଗରେ ୩ଟା ବସ୍‌ ଭାଙ୍ଗି ଦେଲେ

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଜନପଥରେ ବାଇକ୍‌କୁ ଧକ୍କା ଦେଲା 'ଆମ ବସ୍‌', ରାଗରେ ୩ଟା ବସ୍‌ ଭାଙ୍ଗି ଦେଲେ
Ama Bus

Key Points

ପୁଣି ବାଇକକୁ ଧକ୍କା ଦେଲା ଆମ ବସ୍‌।
ଭୁବନେଶ୍ବର ଜନପଥରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ 
ବାଇକ୍‌କୁ ଧକ୍କା ଦେଲା ଆମ ବସ୍ 
ପୁଣି ବାଇକକୁ ଧକ୍କା ଦେଲା ଆମ ବସ୍‌। ଭୁବନେଶ୍ବର ଜନପଥରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ବାଇକ୍‌କୁ ଧକ୍କା ଦେଲା ଆମ ବସ୍ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆମ ବସ୍ ଭଙ୍ଗାରୁଜା କରିଛନ୍ତି । ୩ଟା ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ଆମ ବସ୍ ଭାଙ୍ଗିଦେଲେ ଲୋକେ । ଏହା ଦେଖି ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର ଓ କଣ୍ଡକ୍ଟର । ଗତ କିଛି ଦିନ ତଳେ ଏକ ଅଟୋ ଉପରେ ଚଢ଼ିଯାଇଥିଲା ଆମ ବସ୍‌। ଯାହା ଫଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା। ବାରମ୍ୱାର ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର।

କିଛି ଦିନ ତଳର କଥା ଶୀତ ଦିନରେ ପ୍ରଦୂଷଣକୁ ନେଇ ଅସ୍ତବ୍ୟସ୍ତ ହୋଇଥିଲେ ସମସ୍ତେ । ବଢ଼ିଥିଲା ସରକାରଙ୍କ ଚିନ୍ତା । ଏବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାସ୍ତାରୁ ହଟିବ ଡିଜେଲ ଚାଳିତ ଆମ ବସ୍ । ଏହା ବଦଳରେ ଇଲେକ୍ଟ୍ରୋନିକ୍ ଭେହିକିଲ୍ ଚାଲିବ । ଏଣିକି ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍ । ଡିଜେଲ୍ ପରିବର୍ତ୍ତେ ଇଭି ଗାଡି ଚଲାଇବାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଡିଜେଲ ଚାଳିତ ଆମ ବସ୍‌କୁ ଧୀରେ ଧୀରେ ସ୍କ୍ରାପ୍ କରାଯିବା ସହ ଇଭି ଗାଡ଼ିକୁ ରାସ୍ତାରେ ଚଳାଇବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସେପଟେ ଏଣିକି ଆମ ବସ୍‌ ଚଲାଇବେ ମହିଳା ଡ୍ରାଇଭର । ଏନେଇ ପୁନେରେ ସେମାନଙ୍କୁ ତାଲିମ୍ ଦିଆଯିବ । ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଭାରତର ଚାଷୀ ଗଣିବେ ଠନ୍‌ ଠନ୍‌ ଟଙ୍କା, ଏହି ଦିନ ଆକାଉଣ୍ଟ ଫୁଲ୍‌

କ୍ରୁଟ୍ ଆମ ବସ୍ ସେବାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କ୍ରୁଟ୍ କାର୍ଯ୍ୟ ପଦ୍ଧତି ଓ ଆମ ବସ୍ ସେବା ଅନ୍ତର୍ଗତ ବିଭନ୍ନ ଗଠନମୂଳକ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା । ସାଧାରଣତଃ କୌଣସି ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥାଏ । ଏନେଇ ଆମ ବସ୍ ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ କରଯାଇଥିଲା । ଶେଷ ଗୋଟିଏ ବର୍ଷରେ ଏକ ଲକ୍ଷ ୯୭ ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି । ବସ୍ ଟ୍ରିପ୍ ଆରମ୍ଭ ଓ ଶେଷ ସମୟରେ ଏବଂ ଦିନର ଅତର୍କିତ ଭାବେ ନିୟମିତ ଯାଞ୍ଚ ଜାରି ରହିଛି ।

ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ama Bus Accident | ‘Ama Bus’ Hits Bike on Highway, Angry Mob Vandalises 3 Buses | Argus News | Argus News