Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Ama Sasana: ଏଣିକି ରାଜ୍ୟରେ ଚାଲିବ ଆମ ଶାସନ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Odisha Ama Sasana: ଏଣିକି ରାଜ୍ୟରେ ଚାଲିବ ଆମ ଶାସନ !

Key Points

ପୂର୍ବରୁ ମୋ ସରକାର ଢାଞ୍ଚାରେ ଆମ ଶାସନ ବ୍ୟବସ୍ଥା କାମ କରିବ।

ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଆଭାସି ମାଧ୍ୟମରେ ଯୋଡି ହୋଇଥିବା ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ସହ କଥା ହେଇଛନ୍ତି।

ଉତ୍ସବରେ ବିଭିନ୍ନ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଅଛନ୍ତି।

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ ଶାସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆମ ଶାସନ ଏକ ଟେକ୍ନୋଲୋଜି-ସକ୍ଷମ ନିର୍ବିଘ୍ନ ଯୋଗାଯୋଗ କେନ୍ଦ୍ରର ଉପଯୋଗ କରି ନାଗରିକଙ୍କ ନିକଟରେ ପହଂଚିବାର ଏକ ବ୍ୟାପକ ବ୍ୟବସ୍ଥା ଦ୍ୱାରା ପରିଚାଳିତ।

ଏହି ସିଷ୍ଟମ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଏକ ସିଧାସଳଖ ଇଣ୍ଟରଫେସ ସ୍ଥାପନ କରିବାରେ ସାହାଯ୍ୟ କରିବ। ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର 14471 ଜାରି କରାଯାଇଥିବା ବେଳେ ହ୍ଵାଟ୍ସଆପ ଚାଟ ପାଇଁ 7400221903 ଜାରି ହୋଇଛି । ୱେବ୍‌ସାଇଟ ଚାଟ ବଟ ପାଇଁ amashasan.odisha.gov.in ଲୋକଙ୍କ ଉଦ୍ଧେଶ୍ୟରେ ଜାରି ହୋଇଛି।

ପୂର୍ବରୁ ମୋ ସରକାର ଢାଞ୍ଚାରେ ଆମ ଶାସନ ବ୍ୟବସ୍ଥା କାମ କରିବ। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଆଭାସି ମାଧ୍ୟମରେ ଯୋଡି ହୋଇଥିବା ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ସହ କଥା ହେଇଛନ୍ତି। ଉତ୍ସବରେ ବିଭିନ୍ନ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଅଛନ୍ତି।

ବିଜେଡି ସରକାରଙ୍କ ଅମଳରେ ଯେପରି 5T-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ' କାର୍ଯ୍ୟକାରୀ ହେବ। ହେଲେ ଏଥିରେ 5T ଅଧ୍ୟକ୍ଷ କି ସଚିବ ଭଳି ପଦବୀ ରହିବନି। ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହେଉଥିବା ଏକ କଲ୍‌ ଆସିବ ଆଉ ସେମାନଙ୍କୁ ଯୋଜନାର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ପଚରାଯିବ। ଏଥିସହ ଲୋକଙ୍କ ଠାରୁ ମତାମତ ସଂଗ୍ରହ ଏବଂ ଲୋକ ଫୋନ୍‌ କରି ମତାମତ ଲୋଡ଼ାଯିବ। ଏଥିପାଇଁ ଉତ୍ସର୍ଗୀକୃତ କଲ୍‌ ସେଣ୍ଟର ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ama Sasana will continue in the state from now on! | Argus News