Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / BJPରେ ମିଶିଲେ ଅମର, BJDରେ ଆରମ୍ଭ ହେଲା କଳି

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
BJPରେ ମିଶିଲେ ଅମର, BJDରେ ଆରମ୍ଭ ହେଲା କଳି

Key Points

ପ୍ରଫୁଲ୍ଲଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ବିଜେଡିରେ କୁହୁଳୁ ଥିବା କନ୍ଦଳ ନିଆଁକୁ ପୁଣି ତେଜିଛି ।

ଅମର ପଟ୍ଟନାୟକ ବିଜେପିରେ ସାମିଲ ପରେ ବିଜେଡିରେ ବଢ଼ିଲା କଳି । ଦଳରେ କୁହୁଳୁଥିବା କନ୍ଦଳ ନିଆଁ ପୁଣି ତେଜିଲା । ଦଳ ଛାଡ଼ିବା ପ୍ରସଙ୍ଗ ଉଠାଇ ବର୍ଷିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ । କେଉଁ ପରିସ୍ଥିତି ଓ ଚାପରେ ନେତା ଦଳ ଛାଡ଼ୁଛନ୍ତି ବୋଲି କଲେ ପ୍ରଶ୍ନ । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିଜେଡିର ଘମାସାନ୍ ।

ବିଜେପିରେ ସାମିଲ ହେଲେ ଅମର କିନ୍ତୁ ବିଜେଡିରେ ବଢ଼ିଲା କଳି । ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଅମର ପଟ୍ଟନାୟକଙ୍କ ଦଳ ଛାଡ଼ିବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଅମରଙ୍କ ଦଳ ତ୍ୟାଗକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ପ୍ରଫୁଲ୍ଲ ଲେଖିଛନ୍ତି କେଉଁ ପରିସ୍ଥିତି ଓ ଚାପରେ ଦଳ ଛାଡ଼ୁଛନ୍ତି ନେତା ? ତାହାର ଅନୁଧ୍ୟାନ କରିବା ପାଇଁ ସିଧାସଳଖ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି ଅନୁରୋଧ ।

ପ୍ରଫୁଲ୍ଲଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ବିଜେଡିରେ କୁହୁଳୁ ଥିବା କନ୍ଦଳ ନିଆଁକୁ ପୁଣି ତେଜିଛି । କେବଳ ପ୍ରଫୁଲ୍ଲ ନୁହଁନ୍ତି ବିଜେଡି ନେତ୍ରୀ ଏଲିନା ଦାସ ବି ସମାନ ଶୈଳୀରେ ଉଠାଇଥିଲେ ପ୍ରଶ୍ନ । ସୋସିଆଲ ମିଡିଆ ପୋଷ୍ଟ କରି ଲେଖିଥିଲେ ଅମରଙ୍କୁ ଦଳକୁ ଆଣିଥିଲା କିଏ ପଠାଇଲା କିଏ ?

ସେପଟେ ନୂଆପଡ଼ା ଉପ ନିର୍ବାଚନ ଭିତରେ ଅମର ପଟ୍ଟନାୟକଙ୍କ ଦଳ ଛାଡ଼ିବା ଯେତିକି ଅଡ଼ୁଆ ହୋଇନଥିଲା ତାହାଠୁ ଅଧିକ ଅଡୁଆ ହୋଇଛି ପ୍ରଫୁଲ୍ଲଙ୍କ ଏହି ପୋଷ୍ଟ । ସୁଜାତାଙ୍କ ବିଜେଡି ଏଣ୍ଟ୍ରି କଥା କହି ଶ୍ରୀମୟୀ ଯେଉଁ ବାଣ ମାରିଥିଲେ ସେଥିରେ ପ୍ରଫୁଲ୍ଲଙ୍କ ଅମର ବାହାନା ପାଣ୍ଡିଆନ ନିଶାନା ଥିଓରୀ ଦଳରେ ସୃଷ୍ଟି କରିଛି କମ୍ପନ ।

ସେହିଭଳି ମଙ୍ଗଳବାର ବିଜେଡି ଉପରେ ବର୍ଷିଛନ୍ତି ଢୋଲକିଆଙ୍କ ପତ୍ନୀ । ଭିଡିଓ ବାର୍ତ୍ତା ଜାରି କରି ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ । ଭିଡିଓ ବାର୍ତ୍ତା ଜାରି କରି ବିଜେଡିକୁ ଆକ୍ରମଣ କରିଛନ୍ତି କଳ୍ପନା ଢୋଲକିଆ।

ସେ କହିଛନ୍ତି ତାଙ୍କ ସ୍ବାମୀ ରୋଗଶଯ୍ୟାରେ ପଡ଼ିଥିବା ବେଳେ ବିଜେଡିର କେହି ନେତା ତାଙ୍କ ପାଖରେ ପହଞ୍ଚି ନଥିଲେ । 'ସାଧାରଣତଃ କୌଣସି ଲୋକ ଯଦି ରୋଗରେ ପଡ଼େ, ତେବେ ସେ ପ୍ରଥମେ ନିଜ ଲୋକଙ୍କୁ ଖୋଜିଥାଏ। କିନ୍ତୁ ଏମିତି ଅସମୟରେ ବିଜେଡି ଆମ ସହ ଛିଡ଼ା ହୋଇନଥିଲା। ସେହି ସମୟରେ ତାଙ୍କୁ ବିଜେଡି ନେତା କେହି ଦେଖା ନକରିବା ରାଜେନ୍ଦ୍ର ଢୋଲକିଆଙ୍କୁ ରୋଗଠାରୁ ଅଧିକ କଷ୍ଟ ଦେଇଥିଲା। ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରିବା ନୈତିକତା ବିରୋଧୀ। ତାଙ୍କୁ କିଏ ବ୍ୟବହାର କରିବ ନକରିବ ତାହା ତାଙ୍କ ପରିବାର ନିଷ୍ପତ୍ତି ନେବ। ପରିବାରର ଅନୁମତି ବିନା ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି ଯାହା କି ଉଚିତ୍‌ ନୁହେଁ।' ଏଭଳି କହିଛନ୍ତି ଢ଼ୋଲକିଆଙ୍କ ପତ୍ନୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | Amar joins BJP, rift begins in BJD | Argus News