Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅମର ସତକହିଦେଲେ, ଦେବୀ ଢାଙ୍କିଲେ । ହେଲେ ବି ସତ କ'ଣ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଅମର ସତକହିଦେଲେ, ଦେବୀ ଢାଙ୍କିଲେ । ହେଲେ ବି ସତ କ'ଣ ?

Key Points

  • ବିଜେଡି ନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ
  • କହିଲେ, ଅନ୍ୟ ଦୋଷ ଦେବା ଅପେକ୍ଷା ଆତ୍ମସମୀକ୍ଷା ଜରୁରୀ
  • ଦୋଷକୁ କିନ୍ତୁ ଘଂଟ ଘଉଡାଇଲେ ଦେବୀ

ଅର୍ଗସ ବ୍ୟୁରୋ: ବିଜେଡିରେ କିଛି ଠିକଠାକ ନାହିଁ । ଭୁଲ ଷ୍ଟ୍ରାଟେଜୀ ପାଇଁ ଦଳ ହାରିଲା, ବରିଷ୍ଠଙ୍କୁ ଗୁରୁତ୍ଵ ମିଳିଲା ନାହିଁ । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ହିଁ  ସବୁ ବୁଝିଲେ । ଯାହାର ପରିଣତି କଣ ହେଲା ତାହା ସମସ୍ତେ ଦେଖିଲେ କିଛି ଏମିତି କଥା କହିଥିଲେ ଅମର । ଏବେ ପୁଣି ଥରେ ଆତ୍ମସମୀକ୍ଷା କରିବା ସହିତ କେଉଁଠି ଭୁଲ ରହିଲା ତାହାର ଆଲୋଚନା ହେବା ଦରକାର ବୋଲି କହିବା ପରେ ଗୋଟିଏ କଥା ସ୍ପଷ୍ଟ ବିଜେଡିରେ କିଛି ଠିକଠାକ ଚାଲିନି ।

ନିର୍ବାଚନ ହାରିବା ପରେ ଜଣଙ୍କ ପରେ ଜଣେ ସାଂସଦ ବିଜେଡି ଛାଡୁଛନ୍ତି । ନିର୍ବାଚନ ପୂର୍ବରୁ ତ ଅନେକ ନେତା ଓ କର୍ମୀ ଦଳ ଛାଡୁଥିଲେ ହେଲେ ନିର୍ବାଚନ ଜିତିବା ପରେ ଯେଉଁପରି ଭାବରେ ଦଳରୁ ସାଂସଦ ଯାଉଛନ୍ତି ତାହା ବଡ଼ ପ୍ରଭାବ ପକାଇବ ବୋଲି ଅମର କହିଛନ୍ତି । କାରଣ ସଜସଜ ଦୁଇଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ପଦ୍ମ ପୋଖରୀକୁ ଡେଇଁବା ପରେ ଏବେ ଶଙ୍ଖ ଦଳରେ ଛନକା ପଶିଛି । ୟା ଭିତରେ ଦଳ ଭିତରେ ବିବାଦ ବି ବଢ଼ିଲାଣି। ଦଳର ବରିଷ୍ଠ ନେତା ତ ଖୋଲାଖୋଲି କହିଲେଣି, ଅନ୍ୟକୁ ଦୋଷ ଦିଅନାହିଁ, ବରଂ ଆତ୍ମ ନିରୀକ୍ଷଣ କରିବା ଭଲ। ସେପଟେ ବିଜେଡି ଭିତରେ ନେତାଙ୍କୁ ପଞ୍ଜୁରୀ ଭିତରେ ବନ୍ଦୀ କରି ରଖାଯାଉଥିବା କହି କଟାକ୍ଷ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ସତ କହିଲେ ଅମର, ହେଲେ ସତ ମାନିବାକୁ ରାଜି ନାହାନ୍ତି ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର । କଥା ହେଲା, ସୁଜିତ ଦଳ ଛାଡିବା ପରେ ଅନେକ ଅଭିଯୋଗ ଆଣିଛନ୍ତି । ଖାଲି ଅଭିଯୋଗ ଆଣିଛନ୍ତି ତାହା ନୁହେଁ ବରଂ ଦୁର୍ନୀତିଠାରୁ ଆରମ୍ଭ କରି ଟେଣ୍ଡ ଫିକ୍ସିର ବି ଗୁମର ଖୋଲିଦେଇଛନ୍ତି । କହିଛନ୍ତି, ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ କେହି ଗ୍ରହଣ କରିବେ ନାହିଁ । ଏମିତିକି ବାରମ୍ବାର ବିଜେଡି ସୁପ୍ରିମୋଙ୍କୁ ଭେଟି ଏନେଇ ଅଭିଯୋଗ କରିବାକୁ ଉଦ୍ୟମ କରିବା ପରେ ବି ସୁଯୋଗ ମିଳିନଥିଲା ।  ବିଜେଡି ବିରୋଧରେ ସୁଜିତ ଆଣିଥିବା ଅଭିଯୋଗର କାଉଣ୍ଟର କରିଛନ୍ତି ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର। କହିଛନ୍ତି, ଅଭିଯୋଗ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକତା ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠି ପ୍ରଶ୍ନ ଉଠୁଛି, କାହିଁକି ଦଳ ଛାଡୁଛନ୍ତି ବିଜେଡିର ଜଣେ ପରେ ଜଣେ ସାଂସଦ ? ଦଳର ଏକଛତ୍ରବାଦୀ ଶାସନରେ ଅତିଷ୍ଠ ହୋଇଥିବା ଥିବା ନେତାଙ୍କୁ ଏବେ ମିଳିଛି କି ପ୍ରକୃଷ୍ଟ ସୁଯୋଗ ? ଏହାଭିତରେ ଆଗକୁ ସାଂସଦ ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ବିଜେଡି ଛାଡିବା ନେଇ ଜୋରଧରିଛି ଚର୍ଚ୍ଚା ।

(ଭୁବନେଶ୍ଵରରୁ ସ୍ଵପ୍ନାଞ୍ଜଳି ମହାନ୍ତି ଓ ଦିବ୍ୟଜ୍ୟୋତି ମହାନ୍ତିଙ୍କ ରିପୋର୍ଟ)

Sponsored
Amar Prasad Satpathy | Argus News