Videos
|
Odisha

ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁକସାକ୍ଷୀ ଅମର୍ଦା ଏୟାରଷ୍ଟ୍ରିପ, ଏୟାରଷ୍ଟ୍ରିପ ଭିତରେ ରହିଛି ଅନେକ ବଡ଼ ବଡ଼ ବଙ୍କର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁକସାକ୍ଷୀ ଅମର୍ଦା ଏୟାରଷ୍ଟ୍ରିପ, ଏୟାରଷ୍ଟ୍ରିପ ଭିତରେ ରହିଛି ଅନେକ ବଡ଼ ବଡ଼ ବଙ୍କର

୧୯୩୯ ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ । ଏଠାରେ ଆଶ୍ରୟ ନେଇଥିଲେ ଇଁରେଜମାନେ। ଗୋଳବାରୁଦ ଲୁଚାଇ ରଖୁଥିଲେ। ସାମରିକ ଶିକ୍ଷା ନେଉଥିଲେ ବିଭିନ୍ନ ଦେଶର ସୈନିକ । ବିଭିନ୍ନ ଅସ୍ତ୍ର ଶସ୍ତ୍ର ସହ, ଲଢ଼ୁଆ ବିମାନ ସଜାଗ ହୋଇ ରହୁଥିଲା ଯୁଦ୍ଧ ପାଇଁ। ବଡ଼ ବଡ଼ ଆକ୍ରମଣର ବି ପ୍ଲାନ ପ୍ରସ୍ତୁତ ହେଉଥିଲା ଏଇ ଗୁପ୍ତ ବିମାନ ଘାଟିରେ।ଏୟାରଷ୍ଟ୍ରିପ ଆଖପାଖ ଅଞ୍ଚଳ ସୁବାଣ୍ଡି ପାଖରୁ ରାସଗୋବିନ୍ଦପୁର ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ଅଂଚଳକୁ ଇଁରେଜମାନେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଥିଲେ। ପାଣିଟାଙ୍କି ଠାରୁ ଆରମ୍ଭ କରି ୱାଚ ଟାୱାରର ଭଗ୍ନାବଶେଷ ଦେଖିବାକୁ ମିଳେ।


ବିଭିନ୍ନ ସ୍ଥାନରେ ସୁଡ଼ଙ୍ଗ ଥିବାର ଅନୁମାନ କରାଯାଏ। ବହୁ ଖୋଜାଖୋଜି ପରେ ଏକ ବଙ୍କର ମିଳିଥିଲା । ଯାହାକୁ ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଇଁରେଜମାନେ ସିମେଣ୍ଟ କଂକ୍ରିଟରେ ସିଲ କରିଦେଇଥିଲେ । ଯାହା ଏବେବି ରହସ୍ୟ ଘେରରେ ।ସୁଡ଼ଙ୍ଗ, ବଙ୍କର ଓ ରନୱେ ଏବେ ଭଗ୍ନ ଅବସ୍ଥାରେ ଥିବାବେଳେ ଏହାର ପୁନରୁଦ୍ଧାର ପାଇଁ ଦାବି ହୋଇଛି । ବଙ୍କର୍ ଖୋଲାଗଲେ ବହୁ ଗୁପ୍ତ ରହସ୍ୟ ସାମନାକୁ ଆସିପାରନ୍ତା।

କେନ୍ଦ୍ର ସରକାର ଅମର୍ଦା ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାରେ ସାମିଲ କରିଛନ୍ତି। ନୂଆ ଆଶା ସଂଚାର ହୋଇଛି। ଉଡାଣ ଯୋଜନା ପାଇଁ ୪୪୪ ଏକର ଜମି ଦରକାର ହେଉଥିବା ବେଳେ, ୪୭ ଏକର ଏୟାରଷ୍ଟ୍ରିପ ନାମରେ ଅଛି । ଡିଫେନ୍ସ ନାମରେ ୧୬୦ ଏକର ରହିଛି। ଏୟାରଷ୍ଟ୍ରିପ ପାଖରେ ଥିବା ବ୍ୟକ୍ତିଗତ ଜମି ୩୪୮ ଏକର ଚିହ୍ନଟ ହୋଇଛି । କେବଳ ୨୭୭ଏକର ଆଦିବାସୀଙ୍କର ରହିଛି। ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
amarda-airstrip-a-silent-witness-to-world-war-ii-has-many-large-bunkers-inside-the-airstrip | Argus News