କମ୍ ଟଙ୍କାରେ ପେଟ ଥଣ୍ଡା, ଆତ୍ମା ଶାନ୍ତି

ବଢୁଛି ତାପମାତ୍ରା । ଆଉ ଏହି ତାପମାତ୍ରାରେ ଆଶ୍ୱସ୍ତି ଦେଉଛି ଥଣ୍ଡା ପାନୀୟ । ଲସି, ଆଖୁ ରସ, ପଇଡ, ତରଭୁଜ ଖାଇ ବଡିକୁ ହାଇଡ୍ରେଟ୍ ରଖୁଛନ୍ତି ଲୋକେ । ଆଉ ଏବେ ମାର୍କେଟ୍ କୁ ଆସିଛି ତାଳସଜ । ଦେହ ପାଇଁ ଭଲ ଆଉ ପାଟିକୁ ସୁଆଦିଆ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ରାସ୍ତା କଡରେ ପସରା ମେଲେଇ ବସି ପଡୁଛନ୍ତି ବେପାରୀ । ଆଉ ତାଳ ସଜ ଦେଖିଲେ କିଏ ଗାଡି ଅଟକାଇ ଆଗ ଦି ଚାରିଟା ଖାଇ ଦେଇ ଘର ପାଇଁ ପ୍ୟାକ୍ କରି ନେଉଛନ୍ତି । ଏତେ ଗରମରେ ତାଳସଜ ଖାଇଲେ ପେଟ ଥଣ୍ଡା ହେଇଯାଉଛି ।
ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର-ପୁରୀ ନୂଆ ଜଗନ୍ନାଥ ସଡକରେ ମେଲିଛି ତାଳସଜର ବେପାର । ଏହି ଜଗନ୍ନାଥ ସଡକ ରାସ୍ତାର ନିରାକାରପୁରଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ରାସ୍ତାକଡରେ ମେଲିଛି ତାଳସଜ ବେପାର । ଆକାଶରୁ ହେଉଛି ଅଗ୍ନି ବର୍ଷା । ଦିନ ତାପମାତ୍ରା ୪୦% ଉପରେ ରହୁଛି । ଘରୁ ବାହାରିଲେ ଛତା, ଗାମୁଛା ଓ ପାଣି ବୋତଲ ଧରି ବାହାରିବାକୁ ପଡୁଛି । ଏହି ସମୟରେ ସ୍ଥାନୀୟ ଅଂଚଳର କେତେକ ବେପାରୀ ତାଳସଜ କାଟି ରାସ୍ତା କଡରେ ବେପାର କରୁଛନ୍ତି । ପୁରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ଲୋକେ ରାସ୍ତା କଡରେ ତାଳସଜ ଦେଖି ଅଟକି ଯାଉଛନ୍ତି।
📱 Get Argus News App
✨ଏହି ସ୍ଥାନରେ ତାଳ ଗଛ ବହୁ ପରିମାଣରେ ରହିଛି । ଫଳରେ ସ୍ଥାନେ ସ୍ଥାନେ ତାଳ ବିକ୍ରି ହେଉଛି । ବେପାରୀ ମଧ୍ୟ ତାଳ ବିକି ଭଲ ଦି ପଇସା ରୋଜଗାର କରୁଛନ୍ତି । ଦଶନ୍ଧି ଦଶନ୍ଧି ଧରି ତାଳସଜ ବେପାର କରି ଆସୁଛନ୍ତି ବେପାରୀ । ଏଥିରେ ଦୈନିକ ୫୦୦/୬୦୦ ଟଙ୍କା ରୋଜଗାର କରି ନିଜ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି ।
ସେପଟେ ତାଳସଜ ଦେହ ପାଇଁ ବହୁତ ଭଲ । କମ୍ ଟଙ୍କାରେ ପେଟ ଥଣ୍ଡା ରହିବା ସହ ଶରୀର ସୁସ୍ଥ ରଖେ । ତାଳସଜରେ ଭିଟାମିନ ବି ,ଆଇରନ , ପୋଟାସିୟମ ,ଫସଫରସ , କ୍ୟାଲସିୟମରେ ଭରପୁର ରହିଥାଏ । ଲିଭରକୁ ମଧ୍ୟ ସୁସ୍ଥ ରଖେ ତାଳସଜ। ସେହିପରି ଏସିଡିଟି ଦୂର କରିବାରେ କାମ କରିଥାଏ ତାଳସଜ ।