ନାଲି ମାଟି ଭରସାରେ ଅମ୍ବାଗୁଡା

ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗଗୁପାଡୁ ପଞ୍ଚାୟତର ଆମ୍ବଗୁଡା। ଏହି ଗାଁରେ 14 ପରିବାରର 80ରୁ ଇର୍ଦ୍ଧ ଲୋକ ବସବାସ କରନ୍ତି। ମାତ୍ର ସ୍ୱଧିନତାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବିବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଆଦିବାସୀ। ଦୈନନ୍ଦିନ ଏହି କଚା ରାସ୍ତାଦେଇ ଯିବା ଆସିବା କରନ୍ତି ଅଞ୍ଚଳବାସୀ। ରାସ୍ତା ଏମିତି ବର୍ଷାହେଲେ ଯାତାୟତ ଠପ । ଜଳ ଯୋଗାଣ ପାଇଁ ଦୁଇଟି ନଳକୂପ ଅଛି ସତ। ମାତ୍ର ସେଥିରୁ ଗୋଟିଏ ବହୁ ଦିନ ଧରି ଅଚଳ ହୋଇ ପଡ଼ିରହିଛି । ଅନ୍ୟଟି ଖରାଦିନ ଆସିବା ପରେ ସୁଖିଯାଇଛି। ଫଳରେ ବାଧ୍ୟ ହୋଇ ଲୋକେ ଜୋର ପାଣି ବ୍ୟବହାର କରୁଛନ୍ତି। ଏହି ପାଣି ପିଇ ରୋଗାକ୍ରାନ୍ତ ହେଉଥିଲେବି ପାଣିର ବିକଳ୍ପ ନଥିବାରୁ ଏହି ପାଣି ପିଉଛନ୍ତି ଅଞ୍ଚଳବାସୀ।
ଗାଁରେ ୧୪ ପରିବାର ବସବାସ କରୁଥିଲେବି କାହାରିକି ବି ଆବାସ ଯୋଜନାରେ ଘର ଟିଏ ମିଳିନାହିଁ। ଫଳରେ ଲୋକେ ଟିଣ ଛପର ଘରେ ଜୀବନ କାଟୁଛନ୍ତି। ପାହାଡ଼ ଜଙ୍ଗଲ ଇଲାକାରେ ଥିବା ଏହି ଗାଁର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶିଳ। ମହୁଲ ଆମ୍ବ ଝାଡୁ ତେନ୍ତୁଳି ଟୁଲ ଜଙ୍ଗଲରୁ ଯାହା ସଂଗ୍ରହ କରନ୍ତି ସେଥିରୁ ପରିବାର ଚଳାନ୍ତି । ମାତ୍ର କିଛି ଦଲାଲଙ୍କ ପାଇଁ ଏହାର ଉପଯୁକ୍ତ ଦର ପାଆନ୍ତି ନାହିଁ। ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗଗୁପାଡୁ ପଞ୍ଚାୟତର ଅନେକ ଗାଁକୁ ପକ୍କା ରାସ୍ତାଟିଏ ହୋଇନାହିଁ ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
