ହୁତୁ ହୁତୁ ହୋଇ ଜଳିଲା ଆମ୍ବୁଲାନ୍ସ
·1 year ago

ରୋଗୀଙ୍କୁ ନେଇ ଯାଉଥିବାବେଳେ ହୁତୁହୁତୁ ହୋଇ ଜଳିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଗୁରୁତର ଥିବା ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ରବିବାର ରାତି ପ୍ରାୟ 11 ଟା 20 ସମୟରେ ସାନ ମୁନିଦା ଗ୍ରାମର ଗୁରୁତର ବିଷାକ୍ତ ସାପ କାମୁଡା ରୋଗୀକୁ ଡେଲାଙ୍ଗ CHC ରୁ ଭୁବନେଶ୍ୱର ମେଡିକାଲ ନେଇଯାଉଥିବା ସମୟରେ ପିପିଲି ସେଲ୍ଫି ପଏଣ୍ଟ ନିକଟରେ ନିଆଁ ଲାଗିଥିଲା । ନିଆଁ ଏତେ ଜୋରରେ ଲାଗିଥିଲା ଯେ ଯେ କେହି ଦେଖିଲେ ଭାବିବ ଏଥିରେ ବସିଥିବା ଲୋକେ ଆଉ ନଥିବେ ।
ହେଲେ ସୌଭାଗ୍ୟ ବସତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ । ରୋଗୀଙ୍କୁ ଅନ୍ୟ ଆମ୍ବୁଲାନ୍ସରେ ସୁରକ୍ଷିତ ଭାବେ ପଠା ଯାଇଥିବାବେଳେ ବ୍ୟାଟେରୀ ସର୍ଟସର୍କିଟ୍ ଯୋଗୁଁ ଆମ୍ବୁଲାନ୍ସରେ ନିଆଁ ଲାଗିଥିବା ଅନୁମାନ କରାଯାଇଛି । ପିପିଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: