Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଦୁଅ ରାସ୍ତା ଯୋଗୁଁ ଗାଁକୁ ପହଁଚିପାରିଲାନି ଆମ୍ବୁଲାନ୍ସ , ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
କାଦୁଅ ରାସ୍ତା ଯୋଗୁଁ ଗାଁକୁ ପହଁଚିପାରିଲାନି ଆମ୍ବୁଲାନ୍ସ , ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Key Points

ପୁଣି ଶୋଚନୀୟ ରାସ୍ତା ନେଲା ଜୀବନ
ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଜବାଗୁଡା ଗାଁରେ ଅଭାବନୀୟ ଘଟଣା
କାଦୁଅ ରାସ୍ତା ଯୋଗୁଁ ଗାଁକୁ ପହଁଚିପାରିଲାନି ଆମ୍ବୁଲାନ୍ସ
୨ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ପୁଣି ଶୋଚନୀୟ ରାସ୍ତା ନେଲା ଜୀବନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜବାଗୁଡା ଗାଁରେ ଅଭାବନୀୟ ଘଟଣା । କାଦୁଅ ରାସ୍ତା ଯୋଗୁଁ ଗାଁକୁ ପହଁଚିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ ରୋଗୀ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗାଁର ଲଳିତା ଯାନୀ ୫ ଦିନ ହେବ ଜ୍ୱରରେ ପୀଡିତ ଥିଲେ । ହଠାତ ଅବସ୍ଥା ଗୁରୁତର ହୋଇ ପଡିଥିଲେ । ପରିବାର ଲୋକ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ନ ପହଁଚି ପାରିନଥିଲା । ପ୍ରାୟ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଗାଁ ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ ।


ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଲଳିତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନବରଙ୍ଗପୁର ଓ ପରେ କୋରାପୁଟ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ... ଗାଁରେ ୩୦୦ରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ପକ୍କା ରାସ୍ତା ଖଣ୍ଡେ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ambulance could not reach village, died while undergoing treatment | Argus News