ଗାଁକୁ ଆସିପାରିଲାନି ଆମ୍ୱୁଲାନ୍ସ, ଭାରରେ ୧୦ କି.ମି ବୁହା ହେଲେ ଗର୍ଭବତୀ

Key Points
ଭାରରେ ବୁହା ହେଲେ ଗର୍ଭବତୀ
ରାସ୍ତା ନଥିବାରୁ ଦୀର୍ଘ ଦଶ କିଲୋମିଟର ଭାରରେ ବୁହା ହେଲେ
ଗାଁକୁ ଆସିପାରିଲାନି ଆମ୍ୱୁଲାନ୍ସ
ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ନଥିବାରୁ ଦୀର୍ଘ ଦଶ କିଲୋମିଟର ଭାରରେ ବୁହା ହେଲେ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଖଇରପୁଟ ବ୍ଲକ ବଣ୍ଡାଘାଟିରେ । ଭୋଜଗୁଡା ଗ୍ରାମର ରଞ୍ଜଙ୍କ ଭୋଜଙ୍କ ସ୍ତ୍ରୀ ସୁନାଇ ଭୋଜ ଗତ କାଲି ଗର୍ଭ ଯନ୍ତ୍ରଣା ହେବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ଥିବା ଯୋଗୁ ଗାଁକୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ ।
ଫଳରେ ପରିବାର ଲୋକେ ଓ ଆଶା ଦିଦି ଦୀର୍ଘ ଦଶ କିଲୋମିଟ ଆମ୍ବୁଲାନ୍ସ ପାଖକୁ ଭାରରେ ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସୁନାଇ । ବର୍ତ୍ତମାନ ମା ପୁଅ ସୁସ୍ଥ ଅଛନ୍ତି । ରାଜ୍ୟରେ ଏଘଟଣା ନୂଆ ନୁହେଁ ସତ ହେଲେ ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ସାଧାରଣରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠୁଛି। ରାସ୍ତା ନଥିବାରୁ ଗର୍ଭବତୀ ମହିଳା ହୁଅନ୍ତୁ ଅବା ସ୍କୁଲ ଯାଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।