Videos
|
Odisha

ରାସ୍ତା ନଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାସ୍ତା ନଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ

Key Points

ପୁଣି ଜନନୀ ଯନ୍ତ୍ରଣା
ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ
ଅଧାବାଟରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା

ପୁଣି ଜନନୀ ଯନ୍ତ୍ରଣା… ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ... ଅଧା ବାଟରେ ପ୍ରସବ କଲେ ମହିଳା। ଏହିଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଚଞ୍ଚଡା ସାହିରେ। ଗର୍ଭବତୀଙ୍କୁ ମେଡିକାଲ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚି ଥିଲେ ସୁଦ୍ଧା ଗାଁ ରାସ୍ତା ଖରାପ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା ।

ଯାହା ଫଳରେ ଗର୍ଭବତୀ ଜଣକ ୩ କିଲୋମିଟର ରାସ୍ତା ଚାଲିଚାଲି ଯାଇଥିଲେ । ଅଧା ରାସ୍ତାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଚାଲିଚାଲି ଯିବା ବେଳ ବାଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତମାନ ମା’ ଓ ଶିଶୁ ଉଭୟଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଥିବା ଜଣା ପଡ଼ିଛି।


ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: