ଅଧବାଟରେ ରୋଗୀଙ୍କୁ ଓହ୍ଲାଇଦେଲା ଆମ୍ବୁଲାନ୍ସ...
·1 year ago

Key Points
ଅଧାବାଟରେ ରୋଗୀଙ୍କୁ ଛାଡି ଚାଲିଗଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ରୋଗୀର ମୃତ୍ୟୁ ହୋଇଛି ।
ରାୟଗଡା: ଅଧାବାଟରେ ରୋଗୀଙ୍କୁ ଛାଡି ଚାଲିଗଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ରୋଗୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀଗ୍ରାମର ଠାରେ । ବିଷମକଟକ ବ୍ଲକ ଦୁର୍ଗୀଗ୍ରାମର ଗୀତା ବିଡିକା ନାମକ ଜଣେ ଯୁବତୀଙ୍କୁ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲ ଠାରୁ ଶ୍ରୀକାକୁଲମ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିଲା । ହେଲେ ଅଧାବାଟରେ ଡ୍ରାଇଭର ଆମ୍ବୁଲାନ୍ସକୁ ଦୁଇ ଘଣ୍ଟା ଅଟକ ରଖିଥିଲେ । ରୋଗୀଙ୍କ ସମ୍ପର୍କୀୟ ବିଳମ୍ଭର କାରଣ ପଚାରିବାରୁ ରୋଗୀ ଓ ସମ୍ପର୍କୀୟଙ୍କୁ ଆମ୍ବୁଲାନ୍ସରୁ ଓହ୍ଲାଇ ଡ୍ରାଇଭର ପଳାଇଥିଲେ । ଯାହାଫଳରେ ଅଧାବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବିଷମକଟକ ଥାନାରେ ଅଭିଯୋଗ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: