Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଅମରେଶ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଅମରେଶ !

Key Points

ରାଜଧାନୀର ଚର୍ଚ୍ଚିତ ଚେହେରା ତଥା ବିଜେଡି କର୍ପୋରେଟର ଅମରେଶ ଜେନା ।

୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।


ପୁଣି ସାମ୍ନାକୁ ଆସିଲା ନେତାଙ୍କ ନାରୀ ନିର୍ଯାତନା ମାମଲା । ଏଥର ଖୋଦ ରାଜଧାନୀରେ ଉପରେ ଘଟିଛି ଘଟଣା । ଜଣେ ଚର୍ଚ୍ଚିତ କର୍ପୋରେଟରଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାବାଳିକାଙ୍କ ସହ ରଖିଥିଲେ ଅନୈତିକ ସମ୍ପର୍କ ! ଆମେ କହୁଛୁ ରାଜଧାନୀର ଚର୍ଚ୍ଚିତ ଚେହେରା ତଥା ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ କଥା ।

ଲକ୍ଷ୍ମୀ ସାଗର ଅଞ୍ଚଳର ଜଣେ ମହିଳା ଆଜି ଥାନରେ ଏଭଳି ସଂଗୀନ ଅଭିଯୋଗ କରିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ମହିଳା । ୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ସେତେବେଳେ ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି । କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବି ବୋଲି ଧମକ ମଧ୍ୟ ଦେଇଛନ୍ତି ।

ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏହାସହ ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲା । ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶଙ୍କ ପ୍ରତିକ୍ରିୟା ମିଳିପାରିନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ameresh had physical relations with a young woman on the promise of marriage! | Argus News