Odisha Health care / ଓଡ଼ିଆ ଖାଦ୍ୟ ଖାଇ ଅସୁସ୍ଥ ଆମେରିକୀୟ ଫିଲ୍ମମେକର…ହସ୍ପିଟାଲ ବିଲ୍ ଦେଖି ଉଡ଼ିଗଲା ହୋସ୍
·2 weeks ago·2 min read

Key Points
ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି ଆମେରିକୀୟ ପର୍ଯ୍ୟଟକ ତଥା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ମାଇକ୍ ନୁନଙ୍କ ଭିଡିଓ। ଯେଉଁଥିରେ ସେ ଓଡ଼ିଶାକୁ ବୁଲିବାକୁ ଆସିଥିବା ବେଳେ ତାଙ୍କର ଅନୁଭୁତି ବର୍ଣ୍ଣନା କରିଛନ୍ତି।

ଏହି ଭିଡିଓଟି ସେ ଓଡ଼ିଶାର ଏକ ଗ୍ରାମାଞ୍ଚଳ ସରକାରୀ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ସମୟରେ ବନାଇଛନ୍ତି। ଭିଡିଓରେ ସେ ଡାକ୍ତରଖାନାର ଶଯ୍ୟା ଉପରେ ଶୋଇଥିବା ସହ ତାଙ୍କ ହାତରେ ସାଲାଇନ ଲାଗିଥିବା ଦେଖିବାକୁ ମିଳୁଛି। ଓଡ଼ିଶାର ଖାଦ୍ୟ ଖାଇବା ପରେ ତାଙ୍କର ପ୍ରବଳ ବାନ୍ତି ହୋଇଥିବା କଥା ସେ ଭିଡିଓରେ କହୁଛନ୍ତି। ଏତେ ପ୍ରବଳ ବାନ୍ତି ହୋଇଥିଲା ଯେ ପ୍ରାୟ ୧୨ ଘଣ୍ଟା ଧରି ସେ ପ୍ରତି ୧୫ମିନିଟରେ ଥରେ ବାନ୍ତି କରିଚାଲିଥିଲେ। ସେଥିପାଇଁ ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଆପଣ ଭାବୁଥିବେ ବୋଧହୁଏ ଓଡ଼ିଆ ଖାଦ୍ୟ ଖାଇ ତାଙ୍କର ବୋଧହୁଏ ଫୁଡ୍ ପଏଜନିଂ ବା ଖାଦ୍ୟ ବିଷ କ୍ରିୟା ହୋଇଯାଇଥିବ। କିନ୍ତୁ ଆଦୌ ନୁହେଁ। ଏକ ଭିଡିଓରେ କଣ କହିଛନ୍ତି ମାଇକ୍ ନୁନ୍ ଚାଲନ୍ତୁ ଜାଣିବା।
“ଅଟକନ୍ତୁ, ଅଟକନ୍ତୁ, ଅଟକନ୍ତୁ। ଆପଣମାନେ ଯାହା ଭାବୁଛନ୍ତି ମୁଁ ତାହା ବୁଝିପାରୁଛି। ଏହା ଫୁଡ୍ ପଏଜନିଂ ନଥିଲା; ଏହା ଥିଲା ଅତ୍ୟଧିକ ଖାଇଦେବା। ଖାଦ୍ୟ ଏତେ ସ୍ୱାଦିଷ୍ଟ ଥିଲା ଯେ ମୁଁ ଜଣେ ବୋକାଙ୍କ ପରି ବହୁତ ଅଧିକ ଖାଇଦେଇଥିଲି,”
ଖାଦ୍ୟ ବିଷ କ୍ରିୟା ଯୋଗୁଁ ତାଙ୍କର ବାନ୍ତି ହୋଇନଥିଲା ବରଂ ଓଡ଼ିଆ ଖାଦ୍ୟ ତାଙ୍କୁ ଏତେ ସ୍ବାଦିଷ୍ଟ ଲାଗିଥିଲା ଯେ ସେ ଲୋଭ ସମ୍ଭାଳିନପାରି ଅତ୍ୟଧିକ ଖାଇଦେଇଥିଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ସେ ଭିଡିଓର ଶେଷ ଭାଗରେ କହିଛନ୍ତି । ଇଞ୍ଜେକସନ୍ ସିରିଞ୍ଜ ଦେଖାଇ ସେ କହୁଛନ୍ତି ଯେ ଯେତେବେଳେ ଡାକ୍ତରଖାନାରେ ଚିକିତ୍ସାର ବିଲ୍ ଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମାନଥିଲା। କାରଣ ତାହା ଶୂନ ଥିଲା। ମାଇକ୍ ନୁନ୍ କହିଛନ୍ତି ଯଦି ଆମେରିକାରେ ତାଙ୍କଠାରେ ଦୁଇଟା ଇଞ୍ଜେକସନ୍ ଲାଗିଥାନ୍ତା ତାହାହେଲେ ତାଙ୍କୁ ଅତିକମରେ 2 ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ 1 ଲକ୍ଷ 90 ହଜାର ଟଙ୍କାର ବିଲ ଦେବାକୁ ପଡ଼ିଥାନ୍ତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହି ପରିସ୍ଥିତି ଯେତେ କଷ୍ଟକର ଥିଲା, ଡାକ୍ତରଖାନା ବିଲ୍ କଥା ଚିନ୍ତା କରି ମୁଁ ଆହୁରି ଚମକି ପଡ଼ିଥିଲି। କାରଣ ଆମେରିକାରେ ଗୋଟିଏ IV ବ୍ୟାଗ୍, ବାନ୍ତି ରୋକିବା ଔଷଧ ଏବଂ ଦୁଇଟି ଇଞ୍ଜେକ୍ସନ ପାଇଁ ସହଜରେ ଦୁଇ ହଜାର ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାନ୍ତା।“
ଏବେ ଆପଣ କୁହନ୍ତୁ। ଆମେ ସବୁବେଳେ ନିଜ ରାଜ୍ୟର ସରକାରୀ ଚିକିତ୍ସା ବ୍ୟବସ୍ଥାକୁ ନିନ୍ଦି ଆସିଛେ । କିନ୍ତୁ ଏହି ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଆମ ଆଖି ଖୋଲି ଦେଇଛନ୍ତି। ଅର୍ଥାତ ଓଡ଼ିଶାର ଚିକିତ୍ସା ସେବାକୁ ମାଇକ ନୁନ ଖୁବ ଭଲ ବୋଲି କହିଛନ୍ତି।

Related Topics
Explore more stories