Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋପାଳପୁର ଗଣଦୁଷ୍କର୍ମ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ୨୦୦୮ର ଲୋମଟାଙ୍କୁରା କାହାଣୀ

Smruti Parija
Browse all articles by Smruti Parija
·1 year ago·2 min read
ଗୋପାଳପୁର ଗଣଦୁଷ୍କର୍ମ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ୨୦୦୮ର ଲୋମଟାଙ୍କୁରା କାହାଣୀ

Key Points

ଗୋପାଳପୁର ଗଣଦୁଷ୍କର୍ମ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ୨୦୦୮ର ଲୋମଟାଙ୍କୁରା କାହାଣୀ
ସେହି ବେଳାଭୂମିରେ ଅସଦାଚରଣକୁ ବିରୋଧରୁ ହତ୍ୟାର ଶିକାର ଯୁବକଙ୍କୁ ଏଯାଏ ନ୍ୟାୟ ମିଳିନି
୧୭ ବର୍ଷ ଧରି ପୁଅକୁ ନ୍ୟାୟ ପାଇଁ ସଂଘର୍ଷ କରିଆସୁଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ
ଦୋଷୀଙ୍କୁ ଦଣ୍ଡ ପାଇଁ ବଡ଼ ପୋଲିସ ବାବୁଙ୍କଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଯାଏ କରିଥିଲେ ଗୁହାରୀ

୧୭ ବର୍ଷ ଧରି ପୁଅର ହତ୍ୟାକାରୀଙ୍କୁ ଦଣ୍ଡ ପାଇଁ ସଂଘର୍ଷ କରୁଥିବା ଏ ବାପାର ଆଖିରୁ ଏପରି ଲୁହ ଝରୁଛି । ପୁଅକୁ ନ୍ୟାୟ ପାଇଁ ଯେତେ ଚିଠି ଯେତେ ଗୁହାରୀ ସବୁ ବେକାର ଯାଇଛି । ହତ୍ୟାକାରୀଙ୍କୁ ଦଣ୍ଡ ମିଳିବାତ ଦୂରର କଥା ୭ ଜଣ ଅଭିଯୁକ୍ତ ଦୁଇବର୍ଷ ପୂର୍ବେ ନିର୍ଦ୍ଦୋଶରେ ଖଲାସ ହୋଇଯାଇଛନ୍ତି । ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି । ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ନ୍ୟାୟ ପାଇଁ ଲଢୁଥିବା ଏହି ହତଭାଗା ବାପା ଜଣକ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ । ତା ସତ୍ତ୍ବେ ସେ ନ୍ୟାୟରୁ ବଞ୍ଚିତ ଏପରିକି ସେ ବହୁ ଚେଷ୍ଟା କରିଥିଲେ ବି ଗୁହାରୀ ଜଣାଇବା ପାଇଁ ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଦିଆଯାଇନଥିଲା ।


2008 ନଭେମ୍ବର 21 ତାରିଖ ସନ୍ଧ୍ୟାରେ ନାରାୟଣଙ୍କ ପୁଅ ବାଳକୃଷ୍ଣ ନିଜ ସହପାଠିନୀଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ୮ ଜଣ ଯୁବକ ବାଳକୃଷ୍ଣଙ୍କ ସହପାଠିନୀଙ୍କୁ ଅସଦାଚରଣ କରିଥିଲେ। ବାଳକୃଷ୍ଣ ଏହାର ବିରୋଧ କରିବାକୁ ସେମାନେ ଡଙ୍ଗା କାତରେ ତାଙ୍କ ମୁଣ୍ଡକୁ ନିର୍ମମ ପ୍ରହାର କରିଥିଲେ। ଏଥିରେ ୨୮ ବର୍ଷୀୟ ବାଳକୃଷ୍ଣଙ୍କର ମୃତ୍ୟୁ ହୋଇଥିଲା। । ହତ୍ୟାକାରୀମାନେ ତାଙ୍କର ମୋବାଇଲ୍ ଫୋନ୍ ଓ ପର୍ସ ନେଇଯାଇଥିଲେ। ଆଶିଷଙ୍କ ଚୋରି ମୋବାଇଲ୍ ଫୋନ୍ କୁ ଟ୍ରାକିଂ କରି ଘଟଣାର ପ୍ରାୟ ୫ ମାସ ପରେ ଜଣେ ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିଲା । ତାର ସୂଚନା ଆଧାରରେ ବାକି 6ଜଣ ଗୋଳାବନ୍ଧରୁ ଗିରଫ ହୋଇଥିଲେ। କିନ୍ତୁ ପୋଲିସ ଏଭଳି ତଦନ୍ତ କଲା ଯେ ୭ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଗଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ୧୫ ତାରିଖରେ ଘଟିଥିବା ଗୋପାଳପୁର ଗଣଦୁଷ୍କର୍ମ ମାମଲା ଏବେ ଜାତୀୟ ପ୍ରସଙ୍ଗ ପାଲଟିଛି। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ୍‌କୁ ତଦନ୍ତଭାର ଦେଇଛନ୍ତି । ଘଟଣା ପରଦିନ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ୧୫ ଦିନ ଭିତରେ ଚାର୍ଜସିଟ୍ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ନିର୍ଦ୍ଦେଶ। ଏହି ମାମଲାରେ ସରକାରୀ ସ୍ତରରେ ତତ୍ପରତାକୁ ଦେଖି ନାରାୟଣ ମନରେ ଜାଗିଛି ଆଶା। ତାଙ୍କ ପୁଅର ହତ୍ୟା ମାମଲା ଫାଇଲ୍ ପୁଣି ଖୋଲିବା ସହ ଦୋଷୀଙ୍କୁ ଦଣ୍ଡ ମିଳିପାରିବ ବୋଲି ସେ ଆଶାବାଦୀ। କେବଳେ ବାପା ନାରାୟଣ ନହନ୍ତି ବାଳକୃଷ୍ଣଙ୍କୁ ନ୍ୟାୟ ଦେବାକୁ ଲଢେଇ କରିଥିବା ତାଙ୍କର ବନ୍ଧୁ ବି ଏବେ ନ୍ୟାୟ ଆଶା ରଖିଛନ୍ତି।


ବାଳକୃଷ୍ଣଙ୍କ ହତ୍ୟା ମାମଲା ହିଁ ପ୍ରମାଣିତ କରୁଛି ପୂର୍ବ ବିଜେଡି ସରକାର ଦୁଷ୍କର୍ମ, ଅସଦାରଣ ଓ ହତ୍ୟା ଭଳି ସଙ୍ଗୀନ ଅପରାଧରେ କିଭଳି ଆଭିମୁଖ୍ୟ ଆପଣାଇଥିଲେ। ଏବେ ନୂଆ ସରକାର ଅପରାଧ ପ୍ରତି ଯେଉଁ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ତାହା ରାଜ୍ୟବାସୀଙ୍କ ମଧ୍ୟରେ ଆଶା ସଂଚାର କରିଛି । ତେବେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦୋଷୀଙ୍କୁ ଦଣ୍ଡ ମିଳିପାରିଲେ ହିଁ ଏହି ଆଶା ବିଶ୍ବାସରେ ପରିଣତ ହୋଇପାରିବ ।

Sponsored
amid-gopalpur-gang-rape-controversy-reminds-2008-case- | Argus News