Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ୟାରିସରେ ଦମ ଦେଖାଇବେ ଦୁଇ ଓଡ଼ିଆ

Smruti Parija
Browse all articles by Smruti Parija
·1 year ago·2 min read
ପ୍ୟାରିସରେ ଦମ ଦେଖାଇବେ ଦୁଇ ଓଡ଼ିଆ

Key Points

  • ପ୍ୟାରିସରେ ଦମ ଦେଖାଇବେ ଦୁଇ ଓଡ଼ିଆ
  • ଇଭେଣ୍ଟରେ କମାଲ କରିବାକୁ ପ୍ରସ୍ତୁତ କିଶୋର ଓ ଅମିତ 

ଭୁବନେଶ୍ୱର: ପାଖେଇ ଆସୁଛି ବିଶ୍ୱର ସର୍ବ ବୃହତ କ୍ରୀଡା ମହାକୁମ୍ଭ ଅଲମ୍ପିକ । ପ୍ରତିଯୋଗୀତା ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ ଥିବାବେଳେ ଅନେକ ଦେଶର କ୍ରୀଡ଼ାବିତ ମଧ୍ୟ ପହଂଚି ସାରିଛନ୍ତି । ରାଜ୍ୟରୁ ଦୁଇ କ୍ରୀଡ଼ାବିତ ଅମିତ ରୋହିଦାସ ଏବଂ କିଶୋର ଜେନା ଅଂଶଗ୍ରହଣ କରୁଥିବା ବେଳେ ଉଭୟଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତେ ଆଶାବାଦୀ । ପୂର୍ବ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ ଅମିତ ରୋହିଦାସ । ଚଳିତ ବର୍ଷ ଭାରତୀୟ ଦଳଠାରୁ ଭଲ ପ୍ରଦର୍ଶନ ଏବଂ ଅମିତଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଶା ରଖିଛନ୍ତି ହକି ଫ୍ୟାନ । ସେହିପରି ଏସିଆନ ଗେମରେ 87 ମିଟର ଜାଭେଲିନ ରୌପ୍ୟ ପଦକ ଜିତିଥିବା କିଶୋରଙ୍କ ପ୍ରଦର୍ଶନ ବିଗତ କିଛି ଦିନରେ ସେତେଟା ଭଲ ନାହିଁ । ଏପରିକି ନିକଟରେ ଘରୋଇ ମାଟିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସେ ବିଫଳ ହୋଇଥିଲେ । ଯଦି ଏସିଆନ ଗେମ ଭଳି ପ୍ୟାରିସରେ କିଛି କମାଲ କରନ୍ତି ସେ ମଧ୍ୟ ମେଡାଲ ଦାବିଦାର ହୋଇ ପାରିବେ । 

ଅଲମ୍ପିକରେ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ଅଛନ୍ତି ଭାରତୀୟ କ୍ୟାମ୍ପ । ପୂର୍ବ ଅଲମ୍ପିକ ଅପେକ୍ଷା ଏଥର ଦେଶର ମେଡାଲ ସଂଖ୍ୟା ବୃଦ୍ଧି ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ରାଜ୍ୟରୁ ଅଂଶଗ୍ରହଣ କରୁଥିବା ଦୁଇ କ୍ରୀଡ଼ାବିତକୁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିବା ବେଳେ ସେମାନେ ଭଲ ପ୍ରଦର୍ଶନ ସହ ଦେଶ ଏବଂ ରାଜ୍ୟ ପାଇଁ ଗୌରବ ଆଣନ୍ତୁ ବୋଲି ଆଶା ରଖିଛନ୍ତି ରାଜ୍ୟର କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । 

ଟୋକିଓ ଅଲମ୍ପିକରେ ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ ଦୁଇ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ । ଏଥର ମଧ୍ୟ ପୁଣି ଅଂଶଗ୍ରହଣ କରିଥିବା ଦୁଇ ଓଡ଼ିଆଙ୍କ ଉପରେ ନଜର ରହିବ ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
amit-rohit-das-and-kishore-jena-geeting-ready-for-olympics | Argus News