Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Amit saha in CISF / CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଅମିତ ଶାହ

Bikash Mohanty
Browse all articles by Bikash Mohanty
·4 months ago·2 min read
CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଅମିତ ଶାହ
Amit saha

Key Points

CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ସବୁ ବନ୍ଦରର ସୁରକ୍ଷା ଦେବ CISF: ଅମିତ ଶାହ
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓ ମୁକ୍ତ ହେବ ଦେଶ: ଅମିତ ଶାହ
ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସିଆଇଏସଏଫର ପ୍ରତିଷ୍ଠା ଦିବସରେ ସାମିଲ ହୋଇଛନ୍ତି ଶାହ। ସିଆଇଏସଏଫର ୫୭ତମ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ସବୁ ବନ୍ଦରର ସୁରକ୍ଷା CISFକୁ ଦେବାକୁ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଶାହ।
ମୋଦୀ ସରକାରଙ୍କର ଏକ ସଙ୍କଳ୍ପ ଯେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆମ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବା ଏବଂ ଏଥିରେ CISF ର ମଧ୍ୟ ବହୁତ ବଡ଼ ଅବଦାନ ରହିଛି । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ସବୁ ସ୍ଥାନରେ CISF ସଫଳତାର ସହିତ ନକ୍ସଲ ଅଭିଯାନରେ ନିଜର ଭୂମିକା ନିର୍ବାହ କରିଛି ।
ମୁଣ୍ଡଳିରେ ସିଆଇଏସଏଫର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ସିଆଇଏସଏଫର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି ସିଆଇଏସଏଫ। ଦେଶର ସୁରକ୍ଷାରେ ସିଆଇଏସଏଫର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଗୃହମନ୍ତ୍ରୀ ଶାହ ।
ସିଆଇଏସଏଫ ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି। ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ । ସିଆଇଏସଏଫ ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି ବୋଲି କହିଛନ୍ତି ଶାହ। ୨୦୪୭ ସୁଦ୍ଧା ପୂର୍ଣ୍ଣ ବିକଶିତ ରାଷ୍ଟ୍ର ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ। ୨୦୨୭ ସୁଦ୍ଧା ତୃତୀୟ ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ହେବା ଲକ୍ଷ୍ୟ। ଏଥିରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ଗର୍ବିତ। ଓଡ଼ିଶାର ଏହି ଭୂମିରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରୁଛି। କଟକ ଏକ ଐତିହାସିକ ସହର, ଏଠାରେ ନେତାଜୀଙ୍କ ଜନ୍ମ। ୧ ହଜାର ବର୍ଷ ଠାରୁ ବି ଅଧିକ କଟକର ଇତିହାସ। ସହିଦ ବାଜି ରାଉତଙ୍କ ସହ ଜୟୀରାଜଗୁରୁ, ବକ୍ସି ଜଗବନ୍ଧୁଙ୍କୁ ପ୍ରଣାମ। ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ CISF ସବୁ ବେଳେ ପ୍ରସ୍ତୁତ ରହିଥାଏ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ସାମନାରେ କୌଶଳ ପ୍ରଦର୍ଶନ କରିଥିଲେ  ସିଆଇଏସଏଫ ଯବାନ। ଆତଙ୍କବାଦୀଙ୍କ ଆକ୍ରମଣରୁ ଭିଭିଆଇପିଙ୍କୁ କଲେ ରକ୍ଷା। ଆତଙ୍କବାଦୀଙ୍କ ଦ୍ଵାରା ହାଇଜ୍ୟାକ ହୋଇଥିବା ବିମାନକୁ ରକ୍ଷା କରିବା ସହ ଯାତ୍ରୀଙ୍କୁ କଲେ ଉଦ୍ଧାର। ଏଭଳି କିଛି ଦୃଶ୍ୟ କଟକ ମୁଣ୍ଡଳୀରେ ଥିବା ସିଆଇଏସଏଫ କେଆରଟିସିର ୫୭ ତମ ସ୍ଥାପନା ଦିବସରେ ଦେଖିବାକୁ ମିଳିଥିଲା।
 ସିଆଇଏସଏଫର ୫୭ ତମ ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit saha in CISF | Amit saha in Cisf | Amit saha in Cisf | Amit Shah Odisha Visit: Home Minister Attends CISF Raising Day Event | Argus News