Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର

Odisha

ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର

Smruti Parija
Browse all articles by Smruti Parija
·2 years ago·2 min read
ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର

Key Points

  • ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର
  • ପର୍ଯ୍ୟଟନ ନାଁରେ ଶ୍ରୀକ୍ଷେତ୍ର ପୁରୀର ଗୌରବ ହ୍ରାସ କରିଛନ୍ତି ନବୀନ ସରକାର
  • ଅମିତ୍ ଶାହଙ୍କ ମହାଅଭିଯୋଗ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ବରରେ ସ୍ବର ମିଶାଇଲେ ପୁରୀ ଓ ସାରା ଓଡ଼ିଶାର ଜଗନ୍ନାଥପ୍ରେମୀ
  • ସଂସ୍କୃତିକୁ ସୁରକ୍ଷିତ ରଖି କାଶୀ ଭଳି ବିକାଶ ପାଇଁ ଅମିତ୍ ଶାହଙ୍କ ପ୍ରତିଶ୍ରୁତିରେ ମୋହର ଲଗାଇଲେ ସାରା ଓଡ଼ିଶାବାସୀ

ଅର୍ଗସ ବ୍ୟୁରୋ: ଆରମ୍ଭରୁ ହିଁ ବିବାଦ ଘେରରେ ରହିଛି ବିଜେଡି ସରକାରଙ୍କ ବହୁ ପ୍ରଚାରିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପର୍ଯ୍ୟଟନର ବିକାଶ ଓ ଭକ୍ତଙ୍କ ସୁବିଧା ନାଁରେ ହୋଇଥିବା ଏ ପ୍ରକଳ୍ପରେ ଖର୍ଚ୍ଚ ହେଲା ହଜାର ହଜାର କୋଟି । କିନ୍ତୁ ପ୍ରକୃତରେ ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କଲେ ବିଜେଡି ସରକାର । ଏ ନେଇ ସୋନପୁର ସଭାରେ ନବୀନ ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ପୁରୀର ପରିଚୟ ନଷ୍ଟ କରିବାକୁ ହୋଇଛି ସାଂଘାତିକ ଷଡ଼ଯନ୍ତ୍ର । ଶହ ଶହ ବର୍ଷର ମଠ, ସଂସ୍କୃତି ପରମ୍ପରାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଯୋଗଭୂମିକୁ ଭୋଗଭୂମିରେ ପରିଣତ କରିବାକୁ ହୋଇଛି ଉଦ୍ୟମ । 

ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଅମିତ୍ ଶାହଙ୍କ ସ୍ୱରରେ ସ୍ବର ମିଳାଇଛନ୍ତି ଶ୍ରୀମନ୍ଦିର ସେବାୟତ, ପୁରୀ ସହ ସାର ଓଡ଼ିଶାର ଜଗନ୍ନାଥପ୍ରେମୀ । କହିଛନ୍ତି ପରିକ୍ରମା ପ୍ରକଳ୍ପ ନାଁରେ ହଜାର ହଜାର ବର୍ଷର ଐତିହ୍ୟ ସମ୍ପନ୍ନ ମଠ ସବୁକୁ ନଷ୍ଟ କରି ଓଡ଼ିଆ ଅସ୍ମିତା ଉପରେ ଶକ୍ତ ପ୍ରହାର କରାଯାଇଛି । ବିଜେଡି ସରକାରକୁ ଧର୍ମଦ୍ରୋହୀ ଆଖ୍ୟା ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । 

ପୁଣି ଓଡ଼ିଶାରେ ବିଜେପି ସରକାର ହେଲେ କାଶୀ ବିଶ୍ୱନାଥ ମନ୍ଦିର ଭଳି କରାଯିବ ଶ୍ରୀମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ। ବାରାଣସୀ ପରି ବିଶ୍ୱ ଦରବାରରେ ପୁରୀର ମହିମାମଣ୍ଡନ ଓ ଜଗନ୍ନାଥଙ୍କ ମହିମାର ପ୍ରଚାରପ୍ରସାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଅମିତ୍ ଶାହ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଗନ୍ନାଥ ସଂସ୍କୃତି ବଞ୍ଚାଇ ରଖି ମଧ୍ୟ ହୋଇପାରିଥାନ୍ତା ଶ୍ରୀମନ୍ଦିରର ପାରିପାର୍ଶ୍ବିକ ବିକାଶ । ଯେମିତି କାଶୀରେ ହୋଇଛି ସମ୍ଭବ। କାଶୀ ବିଶ୍ବନାଥ କରିଡର ଅନ୍ତର୍ଗତ ୪୦ଟି ଐତିହ୍ୟ ସମ୍ପନ୍ନ ମନ୍ଦିର ପୁନର୍ଜୀବନ ପାଇଲେ । ଏ ସବୁର ସଂରକ୍ଷଣ କରାଗଲା । ମୂଳ ସରଞ୍ଚନାରେ କୌଣସି ପରିବର୍ତ୍ତନ ନ ହୋଇ ହେଲା ଐତିହ୍ୟର ସରଂକ୍ଷଣ । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ୧୯ଟି  ମଠକୁ ସମ୍ପୂର୍ଣ୍ଣ  ଧ୍ଵଂସ କରିଦେଲେ ବିଜେଡି ସରକାର। ମଠ ଭଳି ଐତିହ୍ୟସମ୍ପନ୍ନ ରଘୁନନ୍ଦନ ଲାଇବ୍ରେରୀ ସହ ରହିଛି ମହାପ୍ରଭୁଙ୍କ ନିବିଡ଼ ସମ୍ପର୍କ । କିନ୍ତୁ ଏହାର ପୁନରୁଦ୍ଧାର ଏବେ ବି ସ୍ବପ୍ନ। ପୁଣି କାଶୀ କରିଡର ପାଇଁ  ଉଚ୍ଛେଦ ହୋଇଥିବା ୧୪୦୦ରୁ ଅଧିକ ଉଠାଦୋକାନ  ଓ ଆବାସ ପାଇଁ ଉପଯୁକ୍ତ  ଥଇଥାନ ଓ କ୍ଷତପୂରଣ ଦିଆଗଲା। ଏପଟେ କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ୫ଶହରୁ ଅଧିକ ଉଠା ଦୋକାନୀ ଏଯାଏଁ ହୋଇନାହାନ୍ତି ଥଇଥାନ ।

କାଶୀ କରିଡର ପରେ ସେଠାରେ ଦୁଇ ଗୁଣ ହୋଇଛି ଆୟ , ବହୁ ସଂଖ୍ୟାରେ ବଢ଼ିଛନ୍ତି ଭକ୍ତ। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେବା ପରେ ଆୟଠାରୁ ଅନେକଗୁଣା ବଳିଯାଇଛି ରକ୍ଷଣା ବେକ୍ଷଣ ଦେୟ । କେବଳ ଆଲୋକୀକରଣ ଓ ଏସି ବିଲ୍ ଦେବା ପାଇଁ ହରଡ଼ଘଣାରେ ଶ୍ରୀମନ୍ଦିର ପ୍ରଶାସନ । ଜଗନ୍ନାଥ ପ୍ରେମୀଙ୍କ ଅନୁସାରେ କେବଳ ପରିକ୍ରମା ପ୍ରକଳ୍ପ ନୁହେଁ ପ୍ରକଳ୍ପ ଉଦଘାଟନ ପାଇଁ ରାଜ୍ୟସାରା ଅର୍ପଣ ରଥ ବୁଲାଇ ଚାଉଳ ସଂଗ୍ରହ କରିବା, ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଗଣତି ଓ ମରାମତି, ନବକଳେବର ବ୍ରହ୍ମବିଭ୍ରାଟ ଆଦି ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ସାଂଘାତିକ ଅପରାଧ କରିଛନ୍ତି ରାଜ୍ୟ ସରକାର। 

Sponsored
amit-shah-target-odisha-govt-over-parikrama-prakalpa-puri | Argus News