Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ ଶାହ

Odisha

ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ ଶାହ

Smruti Parija
Browse all articles by Smruti Parija
·2 years ago
ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ ଶାହ

ଝାରସୁଗୁଡା: ପୁଣି ଆସୁଛନ୍ତି ଶାହ । ସକାଳୁ ସମ୍ବଲପୁର ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶା ଗସ୍ତ ବେଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁର ପରେ କେନ୍ଦୁଝର ଧରଣୀଧର ମେଡିକାଲ୍ କଲେଜ୍ ସମ୍ମୁଖ ପଡିଆରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । 

ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଏହି କାର୍ଯ୍ୟକ୍ରମରେ ସଦର ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହିତ, ଆଖପାଖ ଅଞ୍ଚଳର ପାଖାପାଖି ୫୦ହଜାର ଲୋକ ଯୋଗଦେବେ। 
ଏହାପରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗାଁ ସ୍କୁଲ ପଡିଆରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଶେଷରେ ନୟାଗଡ଼ରେ ସାଧାରଣସଭାରେ ଯୋଗ ଦେବେ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
amit-Shah will address election rallies in Sambalpur, Keonjhar, Parjang and Nayagarh | Argus News