ଅମିତ ଶାହଙ୍କ ଗସ୍ତସୂଚୀରେ ପରିବର୍ତ୍ତନ: କଟକରେ କରିବେ ରୋଡ ସୋ'
·2 years ago

ଅର୍ଗସ ବ୍ୟୁରୋ: କାଲି କଟକରେ ରୋଡ୍ ସୋ’ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଅମିତ ଶାହଙ୍କ କଟକ ସହ ଆସ୍କାର ସୋରଡା ଓ ବୌଦ୍ଧରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ କାଲି ଦିନ ୧୨ଟା ୩୦ରେ ଅମିତ ଶାହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ଗୋଟାଏ ୩୦ରେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହା ପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ ହେବେ । ସେଠାରୁ କଟକ ଆସିବେ ଅମିତ ଶାହ। ସନ୍ଧ୍ୟା ୫ଟା ୩୦ରେ କଟକରେ ରୋଡ୍ ସୋ’କରିବେ । ପୂର୍ବରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା।
ଅଧିକ ପଢ଼ନ୍ତୁ ରାଜନୀତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: