Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Odisha

Amrut bharat train / ଓଡ଼ିଶା ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Bikash Mohanty
Browse all articles by Bikash Mohanty
·2 months ago·2 min read
ଓଡ଼ିଶା ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
New train

Key Points

ଓଡ଼ିଶା ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ
ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି
ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡ଼ିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରେଳମନ୍ତ୍ରୀ ଅଶ୍ବିନି ବୈଷ୍ଣବ ଚିଠି ଲେଖି ଜଣାଇଛନ୍ତି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏକ ନୂତନ ଅମୃତ ଭାରତ ଟ୍ରେନ୍ ଆସାମର କାମାକ୍ଷା ଏବଂ ତେଲେଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ। ଏହା ଓଡିଶାର ବାଲେଶ୍ଵର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଯିବ।

ନୂତନ ଭାବେ ଅନୁମୋଦନ ପାଇଥିବା ଅମୃତ ଭାରତ ଟ୍ରେନ୍ ଝାଡ଼ଖଣ୍ଡ ପହଞ୍ଚିବା ପୂର୍ବରୁ ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ସମେତ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଯିବ। ଏହି ରେଳ ସେବା ଆରମ୍ଭ ହେବା ଦ୍ୱାରା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯାତ୍ରା ଲାଭ ଉଠାଇ ପାରିବେ । ତତ୍ ସହିତ ଦକ୍ଷିଣ ଭାରତ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ଯାତ୍ରାର ବିକଳ୍ପ ସୃଷ୍ଟି ହେବ । ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରୁ ଦକ୍ଷିଣ ଭାରତ ଏବଂ ଝାଡ଼ଖଣ୍ଡକୁ ଯାତ୍ରା କରୁଥିବା ଛାତ୍ରଛାତ୍ରୀ, ଶ୍ରମିକ, ବ୍ୟବସାୟୀ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରିବ।

ଉଲ୍ଲେଖନୀୟ ଯେ, 18403/18404 ଭୁବନେଶ୍ୱର - ଧାନବାଦ୍ ସ୍ପେଶାଲ୍ ଟ୍ରେନ୍ ଧାନବାଦ୍ ପହଞ୍ଚିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନ ଦେଇ ଯିବ। ଏହିଟ୍ରେନକୁ ଏବେ ନିୟମିତ କରାଯାଇଛି।
ସେହିପରି 08439/08440 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ ପାଟନା ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ ଏବଂ ବାଲେଶ୍ବର ଷ୍ଟେସନ୍ ଦେଇ ଯିବ। ଏହାକୁ ମଧ୍ୟ ନିୟମିତ କରାଯାଇଛି।

ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ ସେବା ଅନୁମୋଦନ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହ ପଢ଼ନ୍ତୁ: ୪୩ କୋଟି ଟଙ୍କା ବ୍ୟୟରେ ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amrut bharat train | Amrit Bharat Express to Pass Through Odisha; CM Thanks PM and Railway Minister | Argus News