Videos
|
Odisha

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅମୃତ ଅନ୍ନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅମୃତ ଅନ୍ନ

ପୁରୀ: ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ। ମଧ୍ୟାହ୍ନ ଧୂପରେ ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ହୋଇଥିଲା ଅନ୍ନ। ସେଥି ମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲ୍ଲୀ ଚାଉଳକୁ କୋଠଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ମହାପ୍ରସାଦକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,,ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ସେବନ କରିଥିଲେ।


ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ କରିବା ପାଇଁ ବିଭିନ୍ନ ସଂଗଠନ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ,,ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ପାଇଁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କୋଟି ଓଡ଼ିଆଙ୍କ ସେ ହୃଦସ୍ପନ୍ଦନ । ତାଙ୍କ ମନ୍ଦିର ବଡ଼, ତାଙ୍କ ନେତ ବଡ଼ । ଜଗତର ଠାକୁର ଜଗନ୍ନାଥ । ଭୋଜନ ପ୍ରିୟ କାଳିଆ ସାଆନ୍ତେ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାପ୍ରଭୁଙ୍କ ଭୋଗରେ ଲାଗେ ଷାଠିଏ ପଉଟି । ମହାପ୍ରଭୁଙ୍କ ଦର୍ଶନ ପାଇବାକୁ କେଉଁ କୋଣ ଅନୁକୋଣରୁ ଧାଇଁ ଆସନ୍ତି ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବେ ଜୀବନ କୃତାର୍ଥ ହୁଏ ବୋଲି ଭକ୍ତର ମନରେ ରହିଛି ଅଗାଢ ବିଶ୍ବାସ । ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ଅମୃତ ଅନ୍ନ। ମହାପ୍ରଭୁ ଖାଇଲେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ।


ଅଧିକ ପଢ଼ନ୍ତୁ ଓଡିଶା ଖବର: