Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ହେବ ବିମାନ ବନ୍ଦର, ବିକାଶ ସହ ଯୋଗାଯୋଗ ଏବଂ ଅର୍ଥନୀତି ଅଧିକ ସୁଦୃଢ଼ ହେବ: ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୁରୀରେ ହେବ ବିମାନ ବନ୍ଦର, ବିକାଶ ସହ ଯୋଗାଯୋଗ ଏବଂ ଅର୍ଥନୀତି ଅଧିକ ସୁଦୃଢ଼ ହେବ: ଧର୍ମେନ୍ଦ୍ର

ଶ୍ରୀକ୍ଷେତ୍ର ପୁରୀରେ ନୂଆ ବିମାନ ବନ୍ଦର ନିର୍ମାଣକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ପୁରୀ ଠାରେ ବିମାନ ବନ୍ଦର ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳରେ ଧାର୍ମିକ, ଆଞ୍ଚଳିକ ଓ ପର୍ଯ୍ୟଟନର ବିକାଶ ହେବା ସହ ଯୋଗାଯୋଗ ଏବଂ ଅର୍ଥନୀତି ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ପୁରୀରେ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମିଳିଲା ଗ୍ରୀନ୍ ସିଗନାଲ୍ । ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ପୁରୀ ଏବଂ ରାଜସ୍ଥାନ କୋଟାରେ ନୂଆ ବିମାନବନ୍ଦର ନିର୍ମାଣକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ମୋଦି ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ I ଏହି କ୍ରମରେ, ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟାରେ ନୂଆ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ।


କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀରାମମୋହନ ନାଇଡ଼ୁ କିଞ୍ଜରପୁ ଏହି ଦୁଇଟି ଗ୍ରୀନଫିଲ୍ମ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି I ଦେଶର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଏକ ବିଶ୍ବପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଦେଶ ତଥା ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା କରିବାର ନିଷ୍ପତ୍ତି ଏହି ଅଞ୍ଚଳରେ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ବପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ବିମାନ ବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ ଏହି ନିଷ୍ପତ୍ତି। ସେହିଭଳି କୋଟା ବିମାନ ବନ୍ଦର ନିର୍ମାଣ ଦ୍ବାରା ଦୀର୍ଘ ପ୍ରତୀକ୍ଷିତ ଆଶା ପୂରଣ ହେବ । ଏହା ଲୋକସଭା ବାଚସ୍ପତି ତଥା କୋଟା-ବୁନ୍ଦୀର ସାଂସଦ ଓମ୍ ବିର୍ଲାଙ୍କ ନିରନ୍ତର ପ୍ରୟାସର ପରିଣାମ। ଏହି ନିଷ୍ପତ୍ତି ରାଜସ୍ଥାନ କୋଟାର ଭିତ୍ତିଭୂମି ବିକାଶରେ ଏକ ପ୍ରମୁଖ ମାଇଲଖୁଣ୍ଟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ସୁଗମ କରିବ ବୋଲି ବେସାମିରକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Sponsored
an-airport-will-be-built-in-puri-which-will-improve-connectivity-and-strengthen-the-economy-dharmendra | Argus News