ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି

ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ସୁଭଦ୍ରା ଯୋଜନା। ଯାହା ମହିଳା ସଶକ୍ତିକରଣ ପାଇଁ ପାଲଟିଛି ପ୍ରତିବଦ୍ଧତା। ଆଜି ରାଜ୍ୟ ବଜେଟରେ ସୁଭଦ୍ରା ଯୋଜନା ପାଇଁ ଘୋଷଣା ହୋଇଛି ୧୦ ହଜାର ୧୪୫ କୋଟି ଟଙ୍କା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ରାଜ୍ୟ ସରକାର ସଫଳତାର ସହ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ୫ ବର୍ଷ ମଧ୍ୟରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର।
📱 Get Argus News App
✨ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟିର ପ୍ରସ୍ତାବ ଦିଆଯାଇଛି। ସୁଭଦ୍ରା ସଖୀ, ସୁଭଦ୍ରା ସଂଘ, ସୁଭଦ୍ରା କଲ୍ ସେଣ୍ଟର, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବ ।
ପ୍ରତିବର୍ଷ ୨ ଟି କିସ୍ତିରେ ୧୦ ହଜାର ଟଙ୍କା ହିତାଧିକାରୀଙ୍କୁ ଯିବ। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଗୋଟିଏ କିସ୍ତି ଓ ରକ୍ଷା ବନ୍ଧନରେ ଆଉ ଗୋଟିଏ କିସ୍ତି ଦିଆଯିବ। ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇ ସାରିଲାଣି।
ଏଥିରେ ୪ ହଜାର ୯୦୦ କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲାଣି। ଖୁବ୍ଶୀଘ୍ର ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ମିଳିବ। ମାର୍ଚ୍ଚ ୮ ତାରିଖ ପୂର୍ବରୁ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମିଳିବ।