Update / ଶ୍ରୀମନ୍ଦିରରେ ଆଜି କଂସ ବଧ ନୀତି; ଚୁଡାରେ ବସିଲା ଚିଲ

Key Points
ଶ୍ରୀମନ୍ଦିର ଚୁଡାରେ ବସିଲା ଚିଲ
ଶ୍ରୀମନ୍ଦିରରେ ଆଜି କଂସ ବଧ ପ୍ରସ୍ତାବ ନୀତି
ଶ୍ରୀମନ୍ଦିର ଇତିହାସରେ ଏହା ବିରଳ ଘଟଣା
ଶ୍ରୀମନ୍ଦିର ଚୁଡାରେ ବସିଲା ଚିଲ । ପ୍ରାୟ 5 ମିନିଟ୍ କାଳ ଶ୍ରୀମନ୍ଦିର ପତିତପାବନ ବାନାର ଶିଖରରେ ବସିରହିଲା ଚିଲ । ନୀଳଚକ୍ରରେ ବନ୍ଧା ଯାଇଥିବା ଅକ୍ଷୟ ଦଣ୍ଡର ଉପରି ଭାଗରେ ଚିଲଟି ବସି ରହିଥିଲା । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ପରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଇତିହାସରେ ଏହା ବିରଳ ଘଟଣା ବୋଲି ମନାଯାଏ ।
ତେବେ ଶ୍ରୀମନ୍ଦିରରେ ଆଜି କଂସ ବଧ ପ୍ରସ୍ତାବ ନୀତି ରହିଥିବାବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯେହେତୁ ଶ୍ରୀମନ୍ଦିର ଚୂଡାରେ ଚିଲ ବସିବାକୁ ସାଧାରଣତଃ ସାଙ୍କେତିକ ବୋଲି ଧରାଯାଏ । ତେଣୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।
📱 Get Argus News App
✨ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଧ କରିବେ । ବଡଦାଣ୍ଡରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ । ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେ । ଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୁମାନଙ୍କ ହାତରୁ ଲବଣି ଖାଇବା ପରେ ମଥୁରା ନଗର ଅର୍ଥାତ ବଡଦାଣ୍ଡରେ ପହଂଚିଵା ପରେ ସେଠାରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ । ଶେଷରେ ଶ୍ରୀକୃଷ୍ଣ ମହାରାଜ କଂସଙ୍କୁ ନିଧନ କରିବା ପରେ ମହାପ୍ରଭୁଙ୍କ ପାଲିଙ୍କି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ।
Related Topics
Explore more stories