Videos
|
Odisha

ଜଣେ ସଫଳ ଚାଷୀର ଉଦାହରଣ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

Smruti Parija
Browse all articles by Smruti Parija
·2 years ago·2 min read
ଜଣେ ସଫଳ ଚାଷୀର ଉଦାହରଣ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଉପ ମୁଖ୍ୟମନ୍ତ୍ରୀଙ୍କ ହାତରେ ଲାଲଟହଟହ ଡ୍ରାଗନ ଫ୍ରୁଟ୍‌ । ଦୃଶ୍ୟ ଦେଖିବା ପରେ ଯେ କେହି ବି ଭାବିବେ ବୋଧହୁଏ ମନ୍ତ୍ରୀ କିଣିଛନ୍ତି ଘରକୁ ନେବେ । ହେଲେ ଯେବେ ଜାଣିବେ ଇଏ ମନ୍ତ୍ରୀଙ୍କ ନିଜ କ୍ଷେତର ଫସଲ ଆଉ ସିଏ ନିଜେ ହିଁ ଏହାକୁ ଚାଷୀ କରିଛନ୍ତି । କଥାଟା ବିଶ୍ଵାସ ଲାଗୁନଥିବ । ଭାବୁଥିବେ ଉପମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ କେତେ , ସବୁବେଳେ ସେ ବ୍ୟସ୍ତ । ଚାଷ କରିବାକୁ ତାଙ୍କ ପାଖରେ ସମୟ କାହିଁ ? ଦର୍ଶକବନ୍ଧୁ କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଏ କଥାକୁ ଅକ୍ଷରେ ଅକ୍ଷରେ ବୁଝିଛନ୍ତି କୃଷିମନ୍ତ୍ରୀ । ସେଇଥି ଲାଗି ତ କରୋନା ସମୟରୁ ନିଜ କ୍ଷେତରେ ନିଜେ କରୁଛନ୍ତି ଡ୍ରାଗନ ଚାଷ । ଏବେ ଅମଳ ହେବା ପରେ ସଚିବଙ୍କୁ ସାଙ୍ଗରେ ନେଇ ୪ କ୍ଵିଣ୍ଟାଲ ଡ୍ରାଗନ ଫ୍ରୁଟ ପଠାଇଲେ ଦୁବାଇ । ଯାହା ଏବେ ପୁରା ରାଇଜଟାଜାକରେ ଚହଳ ପକାଇଲାଣି ।

ପ୍ରଥମ ବର୍ଷ ୪୦ କୁଇଣ୍ଟାଲ ଏବଂ ଧୀରେ ଧୀରେ ଚାଷ ଜମିରୁ ୬୦ କୁଇଣ୍ଟାଲ ପର୍ଯ୍ୟନ୍ତ ଏହି ଫଳ  ହୋଇଥିଲା । ଏହାକୁ ୨ ରୁ ୩ ମାସ ଧରି ଫ୍ରିଜରେ ରଖାଯାଇପାରିବ । ଉପ ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଚାଷ ତାଙ୍କୁ ବେଶ ଆତ୍ମସନ୍ତୋଷ ଦିଏ ।  ରାଜନୀତି ଭିତରେ ମଧ୍ୟ ଚାଷ ପାଇଁ ସମୟ କେବେ କେବେ ବହାରିଯାଏ। କିନ୍ତୁ ସମସ୍ତେ ଜୈବିକ ଉପାୟରେ ଚାଷ କରିବା ଦରକାର। ଯାହା ସେ ଇଣ୍ଟରନେଟକୁ ପାଥେୟ କରି ଏକ ସଫଳତା ପାଇଥିବା କହିଛନ୍ତି। ଆଜି ପାଖା ପାଖି ୪ କୁଇଣ୍ଟାଲ ଫଳ ଯାଇଛି ଦୁବାଇ। ଆଗକୁ ଆହୁରି ଓଡିଶାରୁ ବିଭିନ୍ନ ଚାଷୀ ଏଭଳି ଚାଷ କରି ସମୃଦ୍ଧ ହୋଇପାରିବେ । କ୍ୟାନ୍ସର ଏବଂ ଡାଇବେଟିସ ଲୋକଙ୍କ ପାଇଁ ଏହା ବେଶ ଉପକାରୀ ଫଳ ବୋଲି ସେ କହିଛନ୍ତି। 

ପ୍ରଥମ ଥର ପାଇଁ ଓଡିଶାରୁ ବିଦେଶ ଯାଇଛି ଡ୍ରାଗନ ଫ୍ରୁଟ୍ । କିନ୍ତୁ ଏହା ପୂର୍ବରୁ ଢେଙ୍କାନାଳର ଆମ୍ବ , ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ବାହାରକୁ ଟ୍ରାନ୍ସପୋର୍ଟ ହୋଇଛି ।  ଯାହା ଓଡିଶା ଚାଷୀ ମାନଙ୍କ ପାଇଁ ଭଲ କଥା ବୋଲି କହିଛନ୍ତି ଉଦ୍ୟୋଗୀ ଅମ୍ଳାନ ପଟ୍ଟନାୟକ । ଏହା ପ୍ରଥମ ପର୍ଯ୍ୟାୟ ଆଗକୁ ଓଡ଼ିଶାର କଫି ମଧ୍ୟ ବାହାରକୁ ପଠାଇବାର ପ୍ଲାନ କରାଯାଉଛି । ସେପଟେ ମୟୂରଭଞ୍ଜ ଓ କୋରାପୁଟରୁ ଆମ୍ବ ମଧ୍ୟ ଯାଉଛି । ପୋଟଳ, କଲରା ସହ ଝୁଡ଼ଙ୍ଗ, ଭେଣ୍ଡି ମଧ୍ୟ ଦୁବାଇ, କାତାର ଓ ଇଟାଲୀ ମଧ୍ୟ ଯାଇଛି । ୨୪ ମେଟ୍ରିକ ଟନ ପରିବା ବାହାରକୁ ଯାଇଛି । 

ତେବେ ଆମ ରାଜ୍ୟରୁ ପ୍ରଥମ ଥର ଡ୍ରାଗନ ଫ୍ରୁଟ୍ ବାହାରକୁ ଟ୍ରାନ୍ସପୋର୍ଟ ହେବା ବେଶ ଭଲ କଥା । ସେପଟେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଆଗାମୀ ଦିନରେ ଚାଷୀଙ୍କୁ ବେଶ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: