Videos
|
Odisha

ଭିତର ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

Smruti Parija
Browse all articles by Smruti Parija
·2 years ago·1 min read
ଭିତର ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ପୁରୀ:  ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ, ପୁରୀ ଏସପିଙ୍କ ସହ ରତ୍ନଭଣ୍ଡାର ସ୍ବତନ୍ତ୍ର ତଦରଖ କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି ।

ଜୁଲାଇ 14 ତାରିଖ ଦିନ ଶୁଭମୁହୁର୍ତ୍ତରେ ପ୍ରଥମେ ବାହାର ଭଣ୍ଡାର ଖୋଲାଯାଇଥିଲା । ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ନିଆଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ପରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର । ନକଲି ଚାବିରେ ନ ଖୋଲିବା କାରଣରୁ ଏସଓପି ଅନୁସାରେ 3ଟି ତାଲାକୁ ଭଙ୍ଗାଯାଇଥିଲା । ଭିତର ରତ୍ନ ଭଣ୍ଡାର ଦ୍ବାର ଖୋଲିବା ପରେ ସମସ୍ତେ ପ୍ରବେଶ କରିଥିଲେ । ଭିତର ରତ୍ନ ଭଣ୍ଡାରକୁ ଯିବା ପରେ କମିଟି ଦେଖିଥିଲା ସେଠାରେ ସିନ୍ଧୁକ ଓ ଆଲମିରାରେ ଅଳଙ୍କାର ରହିଛି ।

ତେବେ ସିନ୍ଧୁକ ଓ ଆଲମିରାକୁ ଖୋଲାଯାଇନଥିଲା । ଆଉ ଗୋଟିଏ ଦିନ ଭିତର ରତ୍ନ ଭଣ୍ଡାରରେ ଥିବା ସ୍ବର୍ଣ୍ଣ ଅଳଙ୍କାରକୁ ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । କେବଳ ଭିତର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇଛି । 

ତେବେ ଆଜି ଭିତର ରତ୍ନ ଭଣ୍ଡାର ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: