ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ ଟନ୍ ଆଳୁ ପାଇଁ ନାଫେଡକୁ ଦିଆଯାଇଛି ଅର୍ଡର

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଓ ଖାଉଟିଙ୍କୁ ଏଣିକି ଆଳୁ ୩୦ଟଙ୍କା ଦରରେ ଯୋଗାଇ ଦିଆଯିବ । ରାଜ୍ୟରେ ଆଳୁ ସଙ୍କଟକୁ ଦୂର କରିବା ପାଇଁ ରାଜ୍ୟ ସରକାର ନାଫେଡ୍ ମାଧ୍ୟମରେ ଆଳୁ ଆଣିବାକୁ ନିଷତ୍ତି ନେଇଛନ୍ତି ।
ବଜାରରେ ଆଳୁ କେଜି କେଉଁଠି 60, କେଉଁଠି 50 ଟଙ୍କା
ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ ଟନ୍ ଆଳୁ ପାଇଁ ନାଫେଡକୁ ମଧ୍ୟ ଅର୍ଡର ଦିଆଯାଇଛି । ନାଫେଡ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ଏହି ଆଳୁ ଅଣାଯିବ । ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଏହି ଆଳୁ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ଖୁଚୁରା ଦେକାନ ଗୁଡ଼ିକରେ ଏହି ଆଳୁ ଉପଲବ୍ଧ ହେବ । ଆଳୁ ନିର୍ଦ୍ଧାରିତ ଦରରେ ବିକ୍ରି ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।