Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଐତିହାସିକ ରାୟ

Smruti Parija
Browse all articles by Smruti Parija
·2 years ago·1 min read
ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଐତିହାସିକ ରାୟ

କେନ୍ଦୁଝର:  ବହୁଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡରେ ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ । ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ କେସ ନମ୍ବର ୪୨ /୧୯ ଭାରତୀୟ ଦଣ୍ଡ ବିଧାନ ଆଇନର ଦଫା 302, 120B, 201 ଓ ଆର୍ମସ ଆକ୍ଟର ଧାରା 25ଓ 27 ଅନୁଯାୟୀ ମାମଲା ବିଚରାଧୀନ ଥିବାବେଳେ 2023 ନଭେମ୍ବର 20 ତାରିଖ ରେ ଅଭିଯୁକ୍ତମାନଙ୍କର ଜମାନ ବନ୍ଦୀ ଶେଷ ହୋଇଥିଲା ।

 ଦୀର୍ଘ ୫ ବର୍ଷ ତଳେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ହତ୍ୟାକାଣ୍ଡ ହୋଇଥିବାବେଳେ ଏବେ ଏହାର ଶୁଣାଣିକୁ ନେଇ ଚାରି ଆଡେ ଚର୍ଚ୍ଚା ଲାଗି ରହିଛି । ମାମଲାରେ ମେ ମାସ 22 ତାରିଖରେ ପୋଲିସ ଚାର୍ଜସିଟ ଦାଖଲ କରିଥିବାବେଳେ ମୋଟ ୧୧ ଜଣ ମୁଦାଲାଙ୍କ ମଧ୍ୟରୁ ୬ ଜଣଙ୍କ ନାଁ ରେ ଚାର୍ଜସିଟ ଦାଖଲ ହୋଇଥିଲା । 

ଏଥିମଧ୍ୟରୁ ତତ୍କାଳୀନ ନାବାଳକ ଥିବା ପ୍ରମୋଦ ଦାସ ନାମକ ମୁଦାଲା କେନ୍ଦୁଝର ଜୁଭେନାଲ କୋର୍ଟରେ ବିଚାରାଧୀନ ଭାବେ ରହିଥିବା ବେଳେ ସଂଜିତ ପୃଷ୍ଟି, ଅଜିତ ପୃଷ୍ଟି, , ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି, ଓ ଦୋଳ ବୋଇତେଇ ଆନନ୍ଦପୁର ଉପକରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିବାବେଳେ ଆଜି ସେମାନଙ୍କୁ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
anandapur-ram-behera-murder-verdict | Argus News