Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଏମଡିସି କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଅନୁରୋଧ କଲେ ଅନନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଓଏମଡିସି କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଅନୁରୋଧ କଲେ ଅନନ୍ତ

ନୂଆଦିଲ୍ଲୀ / କେନ୍ଦୁଝର: 20 ମାର୍ଚ୍ଚ । କେନ୍ଦୁଝରର ସାଂସଦ ଅନନ୍ତ ନାୟକ ନୂଆଦିଲ୍ଲୀ ଠାରେ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଶ୍ରୀ ଏଚ.ଡି. କୁମାରସ୍ୱାମୀଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶ୍ରୀ ନାୟକ ଓଡ଼ିଶା ଖଣିଜ ବିକାଶ କମ୍ପାନୀ (ଓ.ଏମ.ଡି.ସି.) କର୍ମଚାରୀଙ୍କର ଗୁରୁତର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଏମଡିସି କମ୍ପାନୀ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆର.ଆଇ.ଏନ୍.ଏଲ.) ର ସହଯୋଗୀ କମ୍ପାନୀ ଅଟେ। ଏହି ପତ୍ରରେ ଶ୍ରୀ ନାୟକ ଓଏମଡିସି କର୍ମଚାରୀ ବିଶେଷ ଭାବେ ଜନଜାତୀୟ ବର୍ଗର କର୍ମଚାରୀ ମାନଙ୍କର ଗୁରୁତର ଆର୍ଥିକ ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ଯେଉଁମାନଙ୍କୁ ଗତ 7-8 ମାସ ଧରି ବେତନ ମିଳି ନାହିଁ । ଏହି କାରଣରୁ ଏହି କର୍ମଚାରୀମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ବେତନ ମିଳିବାରେ ବିଳମ୍ବ କାରଣରୁ ସେମାନେ ଆନ୍ଦୋଳନ କରୁଛନ୍ତି ଓ ଗତ ଦୁଇ ମାସରୁ ଧର୍ମଘଟ କରୁଛନ୍ତି । ଏହି କାରଣରୁ ଇସ୍ପାତ ମନ୍ତ୍ରଣାଳୟର ହସ୍ତକ୍ଷେପର ଆବଶ୍ୟକତା ବଢି ଯାଇଛି ବୋଲି ଶ୍ରୀ ନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ନାୟକ ତାଙ୍କ ପତ୍ରରେ କହିଛନ୍ତି ଯେ ଏହି କମ୍ପାନୀର ପ୍ରତିଷ୍ଠା 1918 ମସିହାରେ ହୋଇଥିଲା ଓ ଏହା ଦେଶର ସବୁଠାରୁ ପୁରୁଣା ରାଷ୍ଟ୍ରାୟତ ଉଦ୍ୟୋଗ ମଧ୍ୟରୁ ଅନ୍ୟତମ । 2011 ମସିହାରେ ଏହା ଆରଆଇଏନଏଲର ସହାୟକ କମ୍ପାନୀ ହୋଇଥିଲା । ଓଡିଶାର କେନ୍ଦୁଝର ଜିଲ୍ଲାରେ ଏହି କମ୍ପାନୀ 6 ଲୌହ ଓ ମାଙ୍ଗାନିଜ ଖଣିର ପରିଚାଳନା କରିଥାଏ । ତେବେ ବିଭିନ୍ନ ଅପରେସନାଲ ଓ ନିୟାମକ ସମସ୍ୟା କାରଣରୁ ଏହି ଖଣି ଗୁଡିକର ପରିଚାଳନା ଅନେକ ସମୟ ଧରି ବନ୍ଦ ପଡି ରହିଛି । ତେବେ ଭଦ୍ରାସାହୀ ଲୌହ ଓର ଖଣି 2024ରୁ ପୁଣି ଥରେ ପରିଚାଳିତ ହେବା ଆରମ୍ଭ ହୋଇଛି ଓ ବେଲକୁଣ୍ଡି ଲୌହ ଓ ଆଇରନ ଖଣି ଆଗାମୀ ଦୁଇ ମାସ ମଧ୍ୟରେ ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି । କର୍ମଚାରୀ ମାନଙ୍କୁ ତାଙ୍କର ବକେୟା ବେତନ ପ୍ରଦାନ କରାଯାଇ ନାହିଁ । ଏହା ବାଦ କେନ୍ଦୁଝର ଜିଲ୍ଲାର ଠାକୁରାଣୀ ଠାରେ ସ୍ଥିତ ସ୍ପଂଜ ପ୍ଲାଂଟ 2013ରୁ ନନ ଅପରେସନାଲ ରହିଛି ଓ ଏହି କାରଣରୁ କର୍ମଚାରୀ ମାନଙ୍କର ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଯାଇଛି ।

ଶ୍ରୀ ନାୟକ ମନ୍ତ୍ରୀ କୁମାରସ୍ୱାମୀଙ୍କୁ କର୍ମଚାରୀ ମାନଙ୍କର ବକେୟା ବେତନକୁ ଯଥାଶୀଘ୍ର ପ୍ରଦାନ କରାଇବା ସୁନିଶ୍ଚିତ କରିବାକୁ ନିବେଦନ କରିଛନ୍ତି । ଏହା ବାଦ ସେ ଓଏମଡିସିର ଖଣି ଓ ସ୍ପଂଜ ପ୍ଲାଂଟର ପରିଚାଳନାରୁ ଆସୁଥିବା ବାଧାକୁ ଦୂର କରିବାକୁ ଆବଶ୍ୟକୀୟ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହା ସହିତ ସାଂସଦ ନାୟକ ପ୍ରଭାବିତ କର୍ମଚାରୀ ମାନଙ୍କର ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଯଦ୍ୱାରା କର୍ମଚାରୀ ମାନଙ୍କର ଆର୍ଥିକ ସମସ୍ୟାକୁ ଦୂର କରାଯାଇପାରିବ ।

ସାଂସଦ ଶ୍ରୀ ନାୟକ ସ୍ଥିତିର ଗୁରୁତ୍ୱକୁ ରେଖାଙ୍କିତ କରି କହିଛନ୍ତି ଯେ କର୍ମଚାରୀ ମାନଙ୍କର ମଧ୍ୟରେ ଅସନ୍ତୋଷ ବଢୁଥିବା କାରଣରୁ ଏହି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଏହି ପ୍ରସଙ୍ଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ମଚାରୀ ମାନଙ୍କ ସମସ୍ୟାକୁ ଦୂର କରିବେ ବୋଲି ଶ୍ରୀ ନାୟକ ଆଶା ବ୍ୟକ୍ତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ananta-nayak-meets-hd-kumaraswamy | Argus News