Anasara Bhara / ମାମୁ ଘରୁ ଶ୍ରୀମନ୍ଦିରକୁ ଗଲା ଅଣସର ଭାର, ଶ୍ରୀଜିଉଙ୍କୁ ଲାଗି କରିବେ ଦଇତାପତି ସେବାୟତ
·2 months ago·2 min read

Key Points
ଜ୍ଵରରେ ପୀଡ଼ିତ ତିନି ଠାକୁର ଧୀରେ ଧୀରେ ସୁସ୍ଥ ହେଉଛନ୍ତି
ମାମୁ ଘରୁ ଶ୍ରୀମନ୍ଦିରକୁ ଗଲା ଅଣସର ଭାର
ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର

ନିଆଳି,୧୦/୦୭: ପ୍ରାଚୀ କ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର। ଜ୍ଵରରେ ପୀଡ଼ିତ ତିନି ଠାକୁର ଧୀରେ ଧୀରେ ସୁସ୍ଥ ହେଉଛନ୍ତି।ଏଥିପାଇଁ ମାମୁ ଘର ନିଆଳି ମାଧବରୁ ଭଣଜା ଘରକୁ ଗଲା ଅଣସର ଭାର। ଆମ୍ବ, ପଣସ, ସେଉ, ଅଙ୍ଗୁର ବିଭିନ୍ନ ପ୍ରକାର ଫଳ ମୂଳ ସହ ଘିଅ, ଝୁଣା, ଚନ୍ଦନ କାଠ ଦିବ୍ୟ ସାମଗ୍ରୀ ଅଣସର ଭାରରେ ଶ୍ରୀମନ୍ଦିର ଅଭିମୁଖେ ଯାଇଛି।
ସାତ ବର୍ଷ ହେଲାଣି ଫଳ ଭାର ଯାଉଛି। ପ୍ରତିବର୍ଷ ଯେଭଳି ଭାବେ ପ୍ରଥମା ଅଷ୍ଟମୀ ଭାର ମହାପ୍ରଭୁ ଙ୍କୁ ପୋଢୁଆଁ କରିବାକୁ ଯାଇଥାଏ ସେହିଭଳି ଭଣଜା ର ଅସୁସ୍ଥତା ସମୟ ରେ ପ୍ରାଚୀ କ୍ଷେତ୍ରରୁ ଭାର ଯାଉଛି।.ସଙ୍କୀର୍ତ୍ତନ ମଣ୍ଡଳୀ ମାନେ ସଙ୍କୀର୍ତ୍ତନ କରିବା ସହ ନୃତ୍ୟ ଶିଳ୍ପୀ ମାନେ ପାରମ୍ପରିକ କଳାକୃତି ପ୍ରଦର୍ଶନ କରିଛନ୍ତି। ଏଣୁ ଉତ୍ସବ ମୁଖର ହୋଇ ଉଠୁଚି ନିଆଳି ଅଞ୍ଚଳ। ବହୁ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଭାରୁଆ ମାନେ ଭାର କାନ୍ଧେଇ ପବିତ୍ରତା ସହ ନେଉଛନ୍ତି।
ଅଣସର ଭାର ଗ୍ରହଣ କରି ସୁସ୍ଥ ହେବେ ମହାପ୍ରଭୁ
ସେବାୟତ ତଥା ବିକାଶ ପରିଷଦ ସଦସ୍ୟ ତ୍ରିଲୋଚନ ପୁଷ୍ପାଳକ କହିଛନ୍ତି " ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସର ଘରେ ଅବସ୍ଥାନ ସମୟରେ ପ୍ରାଚୀ ନଦୀ ତଟରେ ଥିବା ମାଧବାନନ୍ଦ ଜିଉଙ୍କ ପୀଠରୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ଅଣସର ଭାର ଶ୍ରୀମନ୍ଦିରକୁ ପଠାଯାଇଥାଏ । ମାଧବାନନ୍ଦ ବିକାଶ ପରିଷଦ ପକ୍ଷରୁ ଏହାର ଆୟୋଜନ କରାଯାଇଥାଏ । ସ୍ନାନପୂର୍ଣ୍ଣିମା ପରେ ଠାକୁରମାନେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଅବସ୍ଥାନ କରନ୍ତି । ଏହି ଭାର ସେମାନଙ୍କର ସ୍ୱାସ୍ଥ୍ୟ ଉପଚାର ପାଇଁ ଅର୍ପଣ କରାଯାଇଥାଏ । "
ଆଜି ଅଣସରର ଦ୍ଵାଦଶ ଦିନ। ଦଶମୀ ତିଥି। ଅଣସର ତାଟି ଭିତରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଆଜି ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟ ଦଶମୂଳମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଜିମାଦେବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆଜି ଅଣସରର ଦ୍ଵାଦଶ ଦିନ, ସୁସ୍ଥ ହେଉଛନ୍ତି ଶ୍ରୀଜିଉ
ଆସନ୍ତା କାଲି ମହାପ୍ରଭୁ ଦଶମୂଳମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ।ତେବେ ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ଚାରି ଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ ହେବେ ଶ୍ରୀଜିଉ। ସ୍ନାନପୂର୍ଣ୍ଣିମା ଦିନ ପ୍ରତ୍ୟେକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ।
ଆଜି ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବେ । ଏହାପରେ ଚକଟା ଓ ପଣା ଭୋଗ ଲାଗି କରାଯାଇ ଦଶମୀ ନୀତିକୁ ସମ୍ପର୍ଣ୍ଣ କରାଯିବ।

Related Topics
Explore more stories