108 ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ଜ୍ବରରେ ମହାପ୍ରଭୁ, ଆଜିଠାରୁ ହେବ ଅଣସର ନୀତି

Key Points
108 ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ଜ୍ବରରେ ମହାପ୍ରଭୁ
ଆଜିଠାରୁ ହେବ ଅନବସର ନୀତି
15 ଦିନ ଯାଏଁ ଅଣସରରେ ରହିବେ ଶ୍ରୀଜୀଉ
108 ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ଜ୍ବରରେ ମହାପ୍ରଭୁ । ଆଜିଠାରୁ ହେବ ଅଣସର ନୀତି । 15 ଦିନ ଯାଏଁ ଅଣସରରେ ରହିବେ ଶ୍ରୀଜୀଉ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ଚତୃର୍ଦ୍ଧାମୁରତି । ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଲାରନାଥରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡ଼ାକଡ଼ି । ଭକ୍ତଙ୍କ ମନରେ ବିଶ୍ବାଷ ରହିଛି ବର୍ଷ ତମାମ ଶ୍ରୀ ମନ୍ଦିରରେ ଦାରୁ ବ୍ରହ୍ମଙ୍କୁ ଦର୍ଶନ କଲେ ଯେତିକି ପୂଣ୍ଣ୍ୟ ମିଳିଥାଏ ବର୍ଷକ ମଧ୍ୟରେ ପଡୁଥିବା ଅନବସର ର ୧୧ ଦିନ ମଧ୍ୟରୁ ଗୋଟିଏ ଦିନ ଶିଳାବ୍ରହ୍ମଙ୍କୁ ଦର୍ଶନ କଲେ ସମ ପରିମାଣର ପୂଣ୍ଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।
ଭୋର ୪ଟାରେ ଦ୍ବାର ଫିଟିଥିଲା,୪.୧୫ରେ ମଙ୍ଗଳ ଆଳତୀ,ଅବକାଶ ନିତି ଶେଷ ହେବାପରେ ଅଣସର ବେଶ ହୋଇଥିଲେ ପ୍ରଭୁ ଅଲାରନାଥ। ଶୁରକ୍ଷା ପାଇଁ ୮ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।