Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୋଇପାରିଲାନି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନସ୍ଥା ଭୋଟ୍

Smruti Parija
Browse all articles by Smruti Parija
·1 year ago·1 min read
ହୋଇପାରିଲାନି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନସ୍ଥା ଭୋଟ୍

Key Points

କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନସ୍ଥା ଭୋଟ୍ ବାତିଲ୍ ।

ଝାରସୁଗୁଡା: କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନସ୍ଥା ଭୋଟ୍ ବାତିଲ୍ । ଭୋଟ୍ ଦେବାକୁ ଆସିଲେନି କୌଣସି ସମିତି ସଭ୍ୟ କି ସରପଞ୍ଚ । କେହି ନ ଆସିବାରୁ ହୋଇପାରିଲାନି ଅନାସ୍ଥା ଭୋଟ୍ । ଅପେକ୍ଷା କରି ଫେରିଗଲେ ନିର୍ବାଚନ ଅଧିକାରୀ । ସକାଳ 10ଟାରେ ଆରମ୍ଭ ହେବାକୁ ଥିଲା ଅନସ୍ଥା ଭୋଟିଂ । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକରେ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ରହିଥିବା ବେଳେ ଆଜି ସକାଳୁ ଅଫିସ ସମ୍ମୁଖ ଏବଂ ବିଭିନ୍ନ ଛକମାନଙ୍କରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।


ନିର୍ବାଚନ ଅଧିକାରୀ ସକାଳ ୧୦ ଟା ସମୟରେ ପହଞ୍ଚି ୧୧ ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କିନ୍ତୁ କୌଣସି ସମିତି ସଭ୍ୟ କି ସରପଞ୍ଚ ଅନାସ୍ଥା ଭୋଟ ଦେବା କୁ ଆସିନଥିବାରୁ ନିର୍ବାଚନ ଅଧିକାରୀ ସଞ୍ଜୀବ କୁମାର ପଟେଲ ଫେରିଯାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ କିରମିରା ପଞ୍ଚାୟତ ସମିତି ସଭ୍ୟ ନିଖୋଜ ଅଭିଯୋଗ ପରେ ଆକ୍ସନ ମୋଡ଼ରେ ପୋଲିସ । ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଅଟକ ଅଛନ୍ତି । ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ବିଶାଲ । ଗତକାଲି ବିଶାଲଙ୍କ ସମ୍ବଲପୁର ସ୍ଥିତ ହୋଟେଲରେ ଚଢ଼ାଉ କରିଥିଲା ପୋଲିସ ।

Sponsored
Anasta vote against Kirmira Block Chairman cancelled | Argus News