Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୈଶ୍ୱିକ ପରିଚୟ ପାଇବ ସମ୍ବଲପୁର ନାକଟିଦେଉଳର ପ୍ରାଚୀନ ଗୁମ୍ଫା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବୈଶ୍ୱିକ ପରିଚୟ ପାଇବ ସମ୍ବଲପୁର ନାକଟିଦେଉଳର ପ୍ରାଚୀନ ଗୁମ୍ଫା

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର 'ଭୀମମଣ୍ଡଳୀ' ଐତିହାସିକ ପର୍ଯ୍ୟଟନସ୍ଥଳୀର ହେବ ବିକାଶ । ପ୍ରାଚୀନ ପ୍ରସ୍ତର ଯୁଗର ଗୁମ୍ଫା ଥିବା ଏହି ସ୍ଥାନର ପ୍ରଚାର ପ୍ରସାର ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଙ୍ଗାଧର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ହେବ ଉଚ୍ଚସ୍ତରୀୟ କର୍ମଶାଳା । ଭାରତ ସରକାରଙ୍କ ICHR ସମେତ ବିଭିନ୍ନ ମାଧ୍ୟମରେ କରାଯିବ ଉଚ୍ଚ ଗବେଷଣା ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଚମ୍ପାଳୀ ନଦୀ ନିକଟରେ ଐତିହାସିକ ଭୀମମଣ୍ଡଳୀ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବହୁ ପୁରାତନ ପ୍ରସ୍ତର ଯୁଗର ଗୁମ୍ଫା ଓ ଚିତ୍ର ସବୁ ବୁଲି ଦେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କୁ ଭେଟିଥିଲେ ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଭୀମମଣ୍ଡଳୀରେ ୧୦୦ରୁ ଅଧିକ ଗୁମ୍ଫା ରହିଛି, ଯେଉଁଥିରେ ମାନବ ସଭ୍ୟତାର ପ୍ରମାଣ ମିଳିଛି । ଗୁମ୍ପା କାନ୍ଥରେ ହରିଣ, ହାତୀ ଓ ବିଭିନ୍ନ ସାଙ୍କେତିକ ଭାଷାର ଚିତ୍ର ଅଙ୍କା ଯାଇଛି । ASI ଅଧିକାରୀଙ୍କ ଦ୍ଵାରା କାର୍ବନ ଡେଟିଂରୁ ଏସବୁ ୩୦ ହାଜର ବର୍ଷ ତଳର ବୋଲି ଜଣାପଡିଛି । ଆଗାମୀ ଦିନରେ ଏହି ସ୍ଥାନର ବୈଷୟିକ ପରିଚୟ ତିଆରି କରାଯିବ । ଏଥିପାଇଁ ମେ ସୁଦ୍ଧା ସମ୍ବଲପୁର ଗଙ୍ଗାଧର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଉଚ୍ଚସ୍ତରୀୟ କର୍ମଶାଳା କରି ଏହି ସ୍ଥାନର ପ୍ରଚାର ପ୍ରସାର ହେବ ।

ଭୀମମଣ୍ଡଳୀର ପ୍ରବେଶ ପଥ ଗୋଶରାମାଳ ପଟୁ ହେବ । ପର୍ଯ୍ୟଟନ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ । ଭୀମମଣ୍ଡଳୀ, ଦେବ୍ରିଗଡ, ହୀରାକୁଦକୁ ନେଇ ତିଆରି ହେବ ଇକୋ ଟୁରିଜିମ କ୍ଲଷ୍ଟର । ରାଜ୍ୟ ତଥା ରାଜ୍ୟ ବାହାର ଏବଂ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବୁଲିବାକୁ ଆସିବେ ।

ତେବେ ଭୀମ ମଣ୍ଡଳୀକୁ ନିଜ ଅଧିନକୁ ନେବା ପାଇଁ ଯୋଜନା କରୁଛି ASI । ଏହାସହ ଭୀମମଣ୍ଡଳୀ ଗୁମ୍ଫା ଓ ଏଥିରେ ଥିବା ପୁରାତନ ପ୍ରସ୍ତର ଚିତ୍ର ଗୁଡ଼ିକୁ ଜାତୀୟ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ । ଯେଉଁଥିପାଇଁ ପ୍ରାୟ ୨୧ଟି ଗୁମ୍ଫା ଚିହ୍ନଟ କରାଯାଇଛି । ସେଥିରେ ଲାଣ୍ଡିମାଲ ଓ ରାଏଲ ସଂରକ୍ଷିତ ଜଙ୍ଗଲରେ ୧୦ଟିରୁ ଉର୍ଦ୍ଧ୍ବ ଗୁମ୍ଫା ଚିହ୍ନଟ ହୋଇଛି । ଏହି ଗୁମ୍ଫା ଗୁଡ଼ିକୁ ସୁରକ୍ଷା ଦିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଭୀମମଣ୍ଡଳୀ ପରିଦର୍ଶନ ବେଳେ କହିଛନ୍ତି ASI Superintendent ଡି.ବି. ଗଡ଼ନାୟକ ।

ଦେବ୍ରୀଗଡ଼, ଭୀମମଣ୍ଡଳୀ ଏବଂ ହୀରାକୁଦକୁ ନେଇ ସମନ୍ୱିତ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ । ଏହାଦ୍ ରା ଏହାର ପ୍ରସିଦ୍ଧି ବଢିବା ସହ ଅଞ୍ଚଳରେ ରୋଜଗାର ବଢିବ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored