Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଉ କିଛି ସମୟ ପରେ ଧରାପୃଷ୍ଠ ଅବତରଣ କରିବେ ପ୍ରଭୁ ଯୀଶୁ  

Odisha

ଆଉ କିଛି ସମୟ ପରେ ଧରାପୃଷ୍ଠ ଅବତରଣ କରିବେ ପ୍ରଭୁ ଯୀଶୁ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଉ କିଛି ସମୟ ପରେ ଧରାପୃଷ୍ଠ ଅବତରଣ କରିବେ ପ୍ରଭୁ ଯୀଶୁ  

କଟକ:  ଆଉ କିଛି ସମୟ ପରେ ଧରାପୃଷ୍ଠ ଅବତରଣ କରିବେ ପ୍ରଭୁ ଯୀଶୁ  ।  ଯୀଶୁଙ୍କ ସ୍ବାଗତ ପାଇଁ ଭାଇଚାରାର ସହର କଟକରେ ଶେଷ ହୋଇଛି ପ୍ରସ୍ତୁତି। ସଜେଇ ହୋଇଛି ଚର୍ଚ୍ଚ ଗୁଡିକ।  କଟକ ସହରର ଥିବା କ୍ୟାଥେଲିକ ଚର୍ଚ୍ଚ, ବାପଟିଷ୍ଟ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ୍ଚ ଗୁଡିକ   ରଙ୍ଗ ବେରଙ୍ଗ ଆଲୋକରେ ସଜେଇ ହୋଇଛି।

ରଙ୍ଗୀନ ଆଲୋକ ମାଳରେ ଝଲସିବ ଯୀଶୁ ଜନ୍ମ ନେଇଥିବା ପବିତ୍ର ଗୁହାଳ ଠାରୁ ଆରମ୍ଭ କରି ଚର୍ଚ୍ଚ ମୁଖଶାଳା ପର୍ଯ୍ୟନ୍ତ । ଖ୍ରୀଷ୍ଟମାସ ବଜାରରେ ମଧ୍ୟ ଲାଗିଛି ଭିଡ଼।  ଖ୍ରୀଷ୍ଟମାସ ଟ୍ରି , କ୍ରିଙ୍ଗବେଲ, ଲାଇଟ, ସାଣ୍ଟାକ୍ଲୋଜ ଡ୍ରେସ୍ , ଟୋପି କିଣି ନେଉଛନ୍ତି ଗ୍ରାହକ । ଅତି ଉତ୍କଣ୍ଠାର ସହ ବର୍ଷକ ପରେ ଖ୍ରୀଷ୍ଟମାସ ଧୁମଧାମରେ ପାଳନ କରିବାକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ।  ସାମୁହିକ ପାର୍ଥନା ପାଇଁ ଶେଷ ହୋଇଛି ପ୍ରସ୍ତୁତି।  କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟ ସଂପ୍ରଦାୟ ମଧ୍ୟ ସାମିଲ ହୋଇଥାନ୍ତି ବଡଦିନ ପାଳନରେ ।  ବଡ଼ ଦିନରେ ଭିଡ଼କୁ ଦୃଷ୍ଟିରେ ରଖି କଟକ ସହରରେ ଥିବା ସମସ୍ତ ଚର୍ଚ୍ଚ ଆଗରେ ପୋଲିସ ମୁତୟନ ରହିବେ।
 ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
And after some time the Lord Jesus will descend | Argus News