Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ସାରା ବଡ଼ ବଡ଼ ପଥର ଗେଟା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତା ସାରା ବଡ଼ ବଡ଼ ପଥର ଗେଟା

ଅର୍ଗସ ବ୍ୟୁରୋ:  ଏଇ ତ ଜୀବନ । ଘଞ୍ଚ ଜଙ୍ଗଲ । ଅଣ ଓସାରିଆ ପାହାଡିଆ ରାସ୍ତା । ଆଉ ରାସ୍ତା ସାରା ବଡ଼, ବଡ଼ ପଥର ଗେଟା । ଭାଗ୍ୟକୁ ଆଦରି ୟାକୁ ହିଁ ଜୀବନ ମାନି ନେଇଛି ଏହି ନୀରିହ ଆଦିବାସୀ । ଗଜପତି ଜିଲ୍ଲା ରାୟଗଡା ବ୍ଲକଠୁ ମାତ୍ର 25 କିମି ଦୂର ଗଲେ ପଡେ ଲାଇଲାଇ । ଯେଉଁଠିକାର ଦୃଶ୍ୟ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ, ଏଠାରେ ବିକାଶ କେତେ ଅପହଞ୍ଚ । ବର୍ଷ ବର୍ଷ ଧରି ଗମନାଗମନକୁ ନେଇ ଭୋଗୁଛନ୍ତି କଷ୍ଟ । ଲାଲକାଇ ପଞ୍ଚାୟତର ତଳସାହି
ଯାଆନ୍ତୁ କି ଉପର ସାହି ଯାଆନ୍ତୁ ସବୁଠି ରାସ୍ତା ଯନ୍ତ୍ରଣା । କେବଳ ରାସ୍ତା ନୁହେଁ, ଗାଁରେ ପିଇବା ପାଣିର ରହିଛି ଘୋର ଅଭାବ । ନଳକୂପ ଥିଲେ ବି ଶୋଷ ମେଣ୍ଟାଇ ପାରୁନି । ଗାଁରେ ଷ୍ଟାଣ୍ଡ ପୋଷ୍ଟ ଅଛି କିନ୍ତୁ ପାଣି ଆସୁନାହିଁ ।

ଗାଁରେ ଯେଉଁଠିକି ନଜର ପହଞ୍ଚିବ ମାଟି, ଦଦରା ଘର । ସରକାରୀ ଯୋଜନାରେ ଆବାସ ଖଣ୍ଡିଏ ସ୍ବପ୍ନ ପାଲଟିଥିବାବେଳେ ପଲିଥିନ୍ ଟାଙ୍ଗି ଜୀବନ ଅତିବାହିତ କରୁଛନ୍ତି। ଏପରିକି ତିତିଲି ବାତ୍ୟା ସମୟରେ ଭୂସ୍ଖଳନ, ବର୍ଷା ଯୋଗୁଁ ଅନେକଙ୍କ ଘର ଭୁଶୁଡି ଯାଇଥିଲା । ସେତେବେଳେ ପୂର୍ବ ବିଜେଡି ସରକାର ସହାୟତା ଦେବା ଲାଗି ଅନେକ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସବୁ ଥିଲା ପାଣିର ଗାର ।

ପୂର୍ବ ବିଜେଡି ସରକାରର ଦୀର୍ଘ 24 ବର୍ଷ ଶାସନରେ ଅବହେଳିତ ହୋଇରହି ଆସିଛି ଲାଇଲାଇ । ବିଜେପି ସରକାର ଏହି ଗାଁ ପ୍ରତି ଦୃଷ୍ଟି ଦେଇ ମୌଳିକ ଆବଶ୍ୟକତା ପୂରଣ କରିବେ, ଏଇ ଅପେକ୍ଷାରେ ଆଦିବାସୀ ପରିବାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
And along the road are large, large stone . | Argus News