Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷଣ କରିବା ଲାଗି ବିଦେଶ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ପୁଣି ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷଣ କରିବା ଲାଗି ବିଦେଶ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ: ଓଡ଼ିଶା ମୁହାଁ ହେବେ ନିବେଶକାରି ବା ପୁଞ୍ଜିପତି। ରାଜ୍ୟକୁ ଆସିବ ବିପୁଳ ଶିଳ୍ପ ଓ ପୁଞ୍ଜି । ସିଙ୍ଗାପୁରରୁ ଓଡ଼ିଶା ପାଇଁ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହଟିବ ବେକାରୀ ସମସ୍ୟା, ସୃଷ୍ଟି ହେବ ନିଯୁକ୍ତିର ଗନ୍ତାଘର। ପାରାଦୀପରୁ ରାଜ୍ୟବାସୀଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲିଠାରୁ ସିଙ୍ଗାପୁର ଗସ୍ତରେ ବାହାରିବେ ସିଏମ୍ । ଉତ୍କର୍ଷ ଓଡ଼ିଶା ମେକ୍-ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସିଙ୍ଗାପୁରରେ ଶିଳ୍ପପତି ତଥା ପୁଞ୍ଜି ନିବେଶକାରୀଙ୍କୁ ଭେଟିବେ। ରାଜ୍ୟକୁ କେଉଁ ଭଳି ଶିଳ୍ପ ଓ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ବିନିଯୋଗ କରିବେ, ସେନେଇ ହେବ ଆଲୋଚନା । ତା ସହ ସିଙ୍ଗାପୁରର କିଛି ଶିଳ୍ପ ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ । ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ରାଷ୍ଟ୍ରଦୂତଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମତେ ବରିଷ୍ଠ ଅଧିକାରୀ ସାମିଲ ହେବେ। 

ପୂର୍ବ ନବୀନ ସରକାରରେ ଶିଳ୍ପାୟନ ପାଲଟିଥିଲା ପ୍ରତାରଣା। ମେକ ଇନ୍ ଓଡ଼ିଶା, ରୋଡ ସୋ, ବିଦେଶ ଯାତ୍ରା ସବୁ ଫେଲ୍। ପୂର୍ବ ସରକାରରେ ମେକ ଇନ ଓଡିଶା ଥିଲା ଧୂଆଁ ବାଣ । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁଞ୍ଜିନିବେଶକାରୀଙ୍କ ଆଗ୍ରହ ବଢିଛି । ଯାହା ଦେଖିବାକୁ ମିଳିଥିଲା ମୁମ୍ବାଇ ନିବେଶକ ସମ୍ମିଳନୀ ଓ ରୋଡ ସୋରେ । 300ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିଥିଲେ ସିଏମ । ନିକଟରେ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଭାଗ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷମତାକୁ ଆସିବାର ପ୍ରଥମ ୧୦୦ ଦିନରେ ବିଜେପି ସରକାର ୪୫ ହଜାର କୋଟି ପୁଞ୍ଜିନିବେଶକୁ ମଞ୍ଜୁର କରିଛି । ଆଗାମୀ 5ବର୍ଷରେ 5ଲକ୍ଷ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ରହିଛି । 

ନବୀନଙ୍କ 24 ବର୍ଷ ଶାସନରେ ସମୟରେ ରାଜ୍ୟରେ ବନ୍ଦ ହୋଇଯାଇଥିଲା ୩୫ଟି ବୃହତ୍ ଶିଳ୍ପ । 15,315 ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପରେ ବି ପଡ଼ିଛି ତାଲା । ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ତଥ୍ୟରୁ ସାମ୍ନାକୁ ଆସିଥିଲା ସତ । ସେହିଭଳି 4 ବର୍ଷରେ ବିଦେଶୀ ପୁଞ୍ଜିନିବେଶ ଥିଲା ମାତ୍ର 1277 କୋଟି ଟଙ୍କା, ଓଡ଼ିଶା ରହିଥିଲା 20ତମ ସ୍ଥାନରେ। କିନ୍ତୁ ବିଜେପି ସରକାର କ୍ଷମତାକୁ ଫେରିବା ପରେ ପସ୍କୋ ଫେରିଛି । ଆଗକୁ ଶିଳ୍ପାୟନର ଗତି ଆହୁରି ବଢିଚାଲିବ ବୋଲି ଆଶା ଉଦଜୀବିତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Mohan Majhi will go abroad to attract investors | Argus News