Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ

ଅର୍ଗସ ବ୍ୟୁରୋ: ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ । ଲାଲଗଡ଼ରେ ନାହିଁ ନଥିବା ଉତ୍ସାହ। ଦିନେ ଯେଉଁଠି ନକ୍ସଲ ଭୟରେ ଡରି ଡରି ବଞ୍ଚୁଥିଲେ ଲୋକେ । ଆଜି ସେଇଠି ଉଡିବ ବିଶ୍ବାସ ଆଉ ନିର୍ଭୟର ତ୍ରୀରଙ୍ଗା ପତାକା । ଏବେ ମାଓବାଦୀଙ୍କ ଦବଦବା କମିଥିବାବେଳେ ଲୋକଙ୍କ ମନରେ ଡର ନୁହେଁ ଦୃଢତା ଭରିଛି । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ବଡ଼ ଧୁମଧାମରେ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ । ଯାହାପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦାରଲାବେଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରର  ପ୍ରଥମଥର ପାଇଁ ସୀମା ସୁରକ୍ଷା ବାହିନୀଙ୍କ ତାଲିମରେ ପରେଡ୍ ଅଭ୍ୟାସ କରିଛନ୍ତି ଛାତ୍ରଛାତ୍ରୀ । ଖାଲି ସ୍କୁଲ୍ ନୁହେଁ ଯୋଡ଼ାମ୍ଭ ପଂଚାୟତର ବିହନ ଗୁଡି ଗାଁର ଲୋକେ ମଧ୍ୟ । ଦିନେ ମାଓବାଦୀ ଏଠାରେ ଆସି ଗାଁ ଲୋକଙ୍କୁ ପୋଲିସ ଇନଫର୍ମର ନାଁରେ ମରଣାନ୍ତକ ଆକ୍ରମଣ କରିଥିଲେ । କିନ୍ତୁ ଏବେ ଗାଁର ଯୁବକ ଓ ବୟୋଜ୍ୟେଷ୍ଠ ମିଳିତ ଭାବେ କରିଛନ୍ତି ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ।

ସେହିପରି ମାଓଗଡ଼ କୋରାପୁଟ ଜିଲ୍ଲାରେ ବି ଉଡିବ ତ୍ରୀରଙ୍ଗା। ଦିନ ଥିଲା ସାଧାରଣତନ୍ତ୍ର ଦିବସ ଆସିଲେ ଗାଁରେ ପଶି ଜାତୀୟ ପତାକା ବଦଳରେ କଳା ପତାକା ଉତ୍ତୋଳନ ପାଇଁ ବାଧ୍ୟ କରୁଥିଲେ ମାଓବାଦୀ । ଆଜି ସେଠି ଫେରିଛି ଶାନ୍ତି, ପାଳନ ହେବ ସାଧାରଣତନ୍ତ୍ର ଦିବସ । ଫର ଫର ଉଡିବ ବିଜୟର ତ୍ରୀରଙ୍ଗା ପତାକା । ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଗାଁ ମାନଙ୍କର ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି କରାଯାଉଛି । 

ସେହିପରି ନୂଆପଡ଼ା ଜିଲ୍ଲାର ମାଓ ପ୍ରବଣ ସୁନାବେଡ଼ା ଅଭୟାରଣ୍ୟ, ପାଟ ଦରାହା ସଂରକ୍ଷିତ ଅଞ୍ଚଳରେ ବି ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି କରାଯାଇଛି । କେନ୍ଦ୍ର ସରକାରଙ୍କ ବଡ଼ ଅପରେସନ୍ ଓ ଲୋକାଭିମୁଖୀ ଯୋଜନା ପାଇଁ କମିଛି ମାଓ ଦବଦବା । ଲାଲଗଡ଼ରେ ଫେରିଛି ଶାନ୍ତି, ଆଉ ଉଡୁଛି ନିର୍ଭୟର ତ୍ରୀରଙ୍ଗା ପତାକା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
And the day after Republic Day | Argus News