Videos
|
Odisha

Adivasi Mela / ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ ଆଦିବାସୀ ମେଳାର ଆୟୋଜନ କଲା ଆନ୍ଧ୍ର

Banajyotshna Ray
Browse all articles by Banajyotshna Ray
·8 months ago·2 min read
ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ ଆଦିବାସୀ ମେଳାର ଆୟୋଜନ କଲା ଆନ୍ଧ୍ର

Key Points

କୋଟିଆରେ ଆନ୍ଧ୍ରର ଆଦିବାସୀ ମେଳା
ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀରେ ଆଦିବାସୀ ମେଳାର ଆୟୋଜନ କଲା ଆନ୍ଧ୍ର
କୋଟିଆର ସୀମାନ୍ତ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ
ଓଡ଼ିଶା ଉପରୁ ହଟୁନି ପଡ଼ିଶା ଆଖି । କୋଟିଆରୁ ତ ବିଲକୁଲ୍‌ ବି ନୁହେଁ । କଳବଳ କୌଶଳେ କୋଟିଆର ନୀରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ପ୍ଲାନକୁ ବୁଝିବାରେ ବାରମ୍ବାର ବିଫଳ ହେଉଛି ଓଡ଼ିଶା । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମପୁଞ୍ଜରେ ପଶୁଛି । କେତେବେଳେ ବାଣ୍ଟୁଛି ଡିଜିଟାଲ କାର୍ଡ, ଆଉ କେତେବେଳେ ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଛି । ଏବେ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ କୋଟିଆରେ ଆଦିବାସୀ ମେଳା ଆୟୋଜନ କରିଛି ଆନ୍ଧ୍ର । କୋଟିଆରେ ଆନ୍ଧ୍ରର ଆଦିବାସୀ ମେଳା । ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କଲା ଆନ୍ଧ୍ର। ଲୋକଙ୍କୁ ଆନ୍ଧ୍ରର ଗୁଣବତ୍ତା ସାମଗ୍ରୀ ଗୁଡ଼ିକୁ କିଣିବା ପାଇଁ ଓଡ଼ିଶା ଲୋକଙ୍କୁ କଲା ଅପିଲ।

କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆନ୍ଧ୍ର ପାର୍ବତୀ ପୁରମ୍ ମାନ୍ୟମ ଜିଲ୍ଲାର ଆଈଟିଡିଏ ପିଇଓଙ୍କ ନିର୍ଦ୍ଦେଶରେ ସାଲୁର ଗିରିଜନା କୋପରେଟିଭ କର୍ପୋରେସନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ଷ୍ଟଲ ପକାଇ ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଇଛି। ଯାହା ଦ୍ୱାରା ଓଡ଼ିଶାର ଲୋକମାନେ ଯେଉଁମାନେ କୋଟିଆରେ ବସବାସ କରୁଛନ୍ତି ସେମାନେ ଆନ୍ଧ୍ର ଆଡକୁ ମୁହାଁଇବେ। କିଛି ଦିନର ନୀରବତା ପରେ ପୁଣି କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କଲା ଆନ୍ଧ୍ର। ଆନ୍ଧ୍ରର ଗୁଣବତ୍ତା ସାମଗ୍ରୀ ଗୁଡ଼ିକୁ କିଣିବା ନିମନ୍ତେ ଲୋକଙ୍କୁ କଲା ସଚେତନ।

ଏଥିସହ ପଢ଼ନ୍ତୁ: ବିବାଦର ସମାଧାନ ଓ କୋଟିଆ ବିକାଶ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

ବିଭାଗୀୟ ଅଧିକାରୀମାନେ ଆଦିବାସୀ ସମବାୟ ସମିତି ଗୁଡ଼ିକର ଷ୍ଟଲ ସ୍ଥାପନ କରି ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି । ସେମାନେ ସ୍ଥାନୀୟ ବଜାରରେ ଦୋକାନଗୁଡ଼ିକୁ ମଧ୍ୟ ବୁଲି ସାମଗ୍ରୀ ଗୁଡ଼ିକୁ ମଧ୍ୟ ଯାଞ୍ଚ କରିଛନ୍ତି । ଯଦି କେହି ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିବା ନେଇ ଜଣାପଡିଛି । ହେଲେ ଏସବୁ କୌଣସି କାର୍ଯ୍ୟର କିଛି ବି ପ୍ରଭାବ ପଡିବ ନାହିଁ ଓଡ଼ିଶା ଉପରେ। କିନ୍ତୁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପ୍ଲାନ କରିବାରେ ଲାଗିଛି ଓଡ଼ିଶାରେ ପ୍ରବେଶ ପାଇଁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Adivasi Mela | Andhra Hosts Tribal Fair on Birsa Munda Jayanti | Argus News | Argus News