Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାରାୟଣପାଟଣା ବ୍ଲକରେ ଏଣ୍ଟ୍ରି ମାରୁଛି ଆନ୍ଧ୍ର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନାରାୟଣପାଟଣା ବ୍ଲକରେ ଏଣ୍ଟ୍ରି ମାରୁଛି ଆନ୍ଧ୍ର

Key Points

ମାଡ଼ି ଆସୁଛି ପଡ଼ିଶା
ବିପଦରେ ରାଇୱାଲସା

କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତର ଅଧିକାଂଶ ଅଞ୍ଚଳରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଥିବା ବେଳେ ବର୍ତ୍ତମାନ ନାରାୟଣପାଟଣା ବ୍ଲକ୍ ରେ ଏଣ୍ଟ୍ରି ମାରୁଛି ଆନ୍ଧ୍ର ପ୍ରଦେଶ। ଆଉ ଏ ଘଟଣାକୁ ନେଇ ନା ବ୍ଲକ୍ ପ୍ରଶାସନ ନା ଜିଲ୍ଲା ଅଧିକାରି ତତ୍ପର ଦେଖେଇଛନ୍ତି। ସତେ ଯେପରି କାହାର ବି ନିଘା ନାହିଁ। ଏପରି ସ୍ଥିତିରେ ନିଜ ଭିଟା ମାଟି ସହ ଜୀବିକା ନିର୍ବାହ କରି ଆସୁଥିବା ବାପ, ଅଜା ଅମଳର ଏକର ଏକର ଚାଷ ଜମିକୁ କବଜା କରି ଆସୁଛି ଆନ୍ଧ୍ର। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଲଙ୍ଗଳବେଡ଼ା ପଞ୍ଚାୟତ ସୀମାନ୍ତ ରାଇୱାଲ୍ସା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ନିଜ ଗାଁକୁ ଲାଗି ରହିଥିବା ୩୦ ଏକର୍ ଚାଷ ଜମିକୁ ଅନୁପ୍ରବେଶ କରିଛନ୍ତି ଆନ୍ଧ୍ର ସୀମାନ୍ତ ବାସି।


ଯାହାକି ରାଇୱାଲ୍ସା ଗ୍ରାମବାସୀ ଦୀର୍ଘ ୫୦ ବର୍ଷ ଧରି ଏକାଧିକ ଫସଲ କରି ଚାଷ କରିଆସୁଥିଲେ। ଗତ ୧୦ ରୁ ୧୫ ବର୍ଷ ହେବ ଆନ୍ଧ୍ର ସୀମାନ୍ତ ବାସୀ ସେହି ଜମିକୁ ନିଜ ଆନ୍ଧ୍ର ପ୍ରଦେଶର କହି ପ୍ରଲୋଭିତ କରି ନିଜ ହାତ ମୁଠାକୁ ନେଇଯାଇ କେଉଁଠି ପାମ୍ ଓଏଲ ଚାଷ ତ ଆଉ କେଉଁଠି କାଜୁ ଗଛ ଲଗେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଆଜିବି ଏହି ଗାଁ ମାନଙ୍କର ପରିସ୍ଥିତି ଦେଖିଲେ ଲାଗିବ ସତେ ଯେମିତି ଏମାନଙ୍କୁ ପୁଣି ଥରେ ସ୍ୱାଧୀନ ହେବାକୁ ପଡିବ। ଦୀର୍ଘ ବର୍ଷ ଧରି ଏଠାରେ ବସବାସ କରିଆସୁଥିଲେ ମୌଳିକ ସୁବିଧା ଆଜିବି ଅପହଞ୍ଚ। ବିଜୁଳି ସୁବିଧା ମିଳୁ ନଥିବାରୁ ଏଠାରେ ରହୁଥିବା ଆଦିବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ସୁବିଧା ମିଳି ପାରୁ ନଥିବାରୁ ଶିକ୍ଷାରୁ ବଞ୍ଚିତ ଏଠିକା ଶିଶୁ। ଦୀର୍ଘବର୍ଷ ଧରି ଶାସନରେ ଥିବା ବିଜେଡି ସରକାରର ଅଣଦେଖା ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ଆଉ ଏବେ ନୂଆ ସରକାରଙ୍କ ଉପରେ ଭରଷା । କୋରାପୁଟର କୋଟିଆ ବିବାଦୀୟ ଥିବା ବେଳେ ପୁଣି ଏକ ବିବାଦ ସାମ୍ନା କରୁଛି ସୀମାନ୍ତରେ । ତେବେ ଡବଳ ଇଞ୍ଜିନ ସରକାର ବିବାଦୀୟ ରାଇୱାଲସ ଗାଁ ସମସ୍ୟାର ସମାଧାନ କରିବେ ବୋଲି ଆଶା ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
andhra-pradesh-is-making-an-entry-in-narayanpatna-block | Argus News